ଗଛରେ ପିଟିଦେଲା କାର୍, ଶିକ୍ଷୟିତ୍ରୀ ମୃତ
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଓ ବେଲପଡା ବ୍ଲକ ସୀମାରେ ଥିବା ବେଲପଡା ମୁଣ୍ଡୋଦର୍ହ ଛକ ନିକଟରେ ଏକ ଗଛରେ କାର ପିଟି ହୋଇଥିବା ବେଳେ ଏଥିରେ ବସିଥିବା ଜଣେ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ପୁର୍ଣ୍ଣିମା ମିଶ୍ର। ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ତେନ୍ତୁଳିମୁଣ୍ଡା ଗାଁର ଜୟରାମ ମେହେର ହାଇସ୍କୁଲରୁ ପାଠ ପଢା ସାରି ୨ଜଣ ଶିକ୍ଷୟିତ୍ରୀ ପୁର୍ଣ୍ଣିମା ମିଶ୍ର ଓ ମମତା ଭୋଇ ଏବଂ ୨ ଜଣ ଶିକ୍ଷକ ମନୁ ମେହେର ଓ ବିଷ୍ଣୁ ମେହେର ଏକ କାରରେ ଘରକୁ ଫେରୁଥିଲେ। ମୁଣ୍ଡୋଦର୍ହ ଗାଁ ନିକଟରେ କାରଟି ଭରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଫଳରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପୁର୍ଣିମା ମିଶ୍ରଙ୍କର ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ବେଲପଡା ପୁଲିସ ଏକ ମାମଲା ରୁଜୁ ଏକ ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ଜଣାପଡିଛି।
Powered by Froala Editor