ଓଡିଶା ମେଟାଲିକ୍ସ କାରଖାନାରେ ଗ୍ୟାସ ଲିକ : ଜଣେ ଶ୍ରମିକଙ୍କ ମୃତ୍ୟୁ, ୬ ଗୁରୁତର

ଝାରସୁଗୁଡା ବୁଢୀପଦର ଓଡିଶା ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ଼ କାରଖାନାରେ ବଡ଼ ଅଘଟଣ ହୋଇଛି। କାର୍ବନ ମନୋକ୍ସସାଇଡ ଗ୍ୟାସ ଲିକ କରିବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ମାନଙ୍କୁ ଝାରସଗୁଡା ଏକ ଘରୋଇ ନର୍ସିଂ ହୋମରେ ଭର୍ତ୍ତି କରାଯାଇଛି ।
ମୃତକ ହେଲେ ବ୍ରଜରାଜନଗରର ବରୁଣ ପ୍ରଧାନ। ସେ ଜଣେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ଦୁର୍ଘଟଣା ପରେ କାରଖାନା ପରିସରରେ ଶ୍ରମିକଙ୍କ ମଧ୍ଯରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପୁଲିସ କର୍ମୀଙ୍କୁ ମୁତୟନ କରାଯାଇଛି। ତେବେ କେଉଁ କାରଣରୁ ପେଲେଟ ପ୍ଲାଣ୍ଟରୁ ଗ୍ୟାସ୍ ନିର୍ଗତ ହେଲା, ତାହା ରିପୋର୍ଟ ଲେଖାଯିବା ବେଳକୁ ସ୍ପଷ୍ଟ ହୋଇପାରି ନାହିଁ। ଶ୍ରମିକ ମାନେ କାରଖାନାର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି । ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ରାଶି ସହିତ ମାସିକ ୨୦ ହଜାର ଟଙ୍କା ପାଇଁ ଦାବି କରିଛନ୍ତି ।
Powered by Froala Editor