ବଜାରରେ ଆଳୁ ଅଭାବ, ପୁଣି ବଢିଲା ଦର

ଭୁବନେଶ୍ୱର : ଚିନ୍ତା ବଢାଉଛି ଆଳୁ ଦର । ସମାଧାନ ହୋଇ ପାରୁନି ଆଳୁ ସମସ୍ୟା । ଟ୍ୱିନ୍ ସିଟି ଠାରୁ ଆରମ୍ଭ କରି ପୁଣି ସାରା ରାଜ୍ୟରେ ଚଢା ଦରରେ ଆଳୁ ବିକ୍ରି ହେଉଛି । ଆଳୁ କେଜି ଛୁଇଁଛି ୬୦ । କଟକ ଛତ୍ରବଜାର, ଭୁବନେଶ୍ୱର ଆଇଗିଣିଆ ଗୋଦାମରେ ଦେଖାଦେଇଛି ଆଳୁ ସଙ୍କଟ । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିପାରୁନଥିବାରୁ ଘନଉଛି ଆଳୁ ନିଆଁ । ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ଆଳୁ ଆସିପାରୁ ନଥିବାରୁ ବଜାରରେ ଆଳୁ ଅଭାବ ଦେଖାଦେଇଛି । କଟକ, ଭୁବନେଶ୍ୱରରେ ଆଳୁ କେଜି ଦିନକରେ ୨୦ରୁ ୨୫ ଟଙ୍କା ବଢିଛି । ବଜାରରୁ ଆଳୁ ପୁଣି ଉଭାନ ହେଉଥିବା ବେଳେ ବ୍ୟବସାୟୀ ପୁଣି ମନ ଇଚ୍ଛା ଦର କଷିବା ଆଶଙ୍କା ବଢିଛି । କଟକରେ ଆଳୁ କେଜି ୫୦ ଟଙ୍କାରେ ପହଞ୍ଚିଛି । ସେହିପରି ଭୁବନେଶ୍ୱର ଆଇଗିଣିଆ ଆଳୁ ଗୋଦାମରେ ଆଳୁ ନାହିଁ ।
Powered by Froala Editor