ନବାନ୍ନ ଲାଗି ପାଇଁ ବାହାରିଲା ନୂଆଖାଇଁ ଲଗ୍ନ

ବଲାଙ୍ଗୀର: ନବାନ୍ନ ଲାଗି ପାଇଁ ବାହାରିଲା ନୂଆଖାଇଁ ଲଗ୍ନ। ବଲାଙ୍ଗୀର ପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଛି । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସେପ୍ଟେମ୍ବର ୮ ତାରିଖରେ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବ। ରବିବାର ସକାଳ ୯ଟା ୩୫ରୁ ୧୦ଟା ୭ ମଧ୍ୟରେ ନବାନ୍ନ ଲାଗି ହେବା ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିରେ ଏହି ନିଷ୍ପତି ହୋଇଛି। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ସମସ୍ତେ ନୂଆ ଖାଇବାର ପରମ୍ପରା ରହିଛି।
Powered by Froala Editor