ଲୁଟେରା ଲୁଟିନେଲେ ୧୮ ଭରି ଅଳଙ୍କାର

ଗଞ୍ଜାମ : ଗଞ୍ଜାମର ଖଲ୍ଲିକୋଟରେ ଏକ ବଡ ଧରଣର ଲୁଟ୍ ହୋଇଥିବା ନେଇ ମଙ୍ଗଳବାର ଖବର ସାମ୍ନାକୁ ଆସିଛି । ଘରେ ପଶି କଳାକନା ବୁଲାଇଲେ ଲୁଟେରା । ଘର ଭିତରେ ପଶି ପ୍ରାୟ ୧୮ ଭରି ଅଳଙ୍କାର ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।ଖଲ୍ଲିକୋଟ ଥାନା ମଥୁରା ଗାଁରେ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏହି ଲୁଟ୍ କରିଛନ୍ତି । ଘରର କବାଟ ତାଡି ଭିତରେ ପଶି ୬ ଭରି ରୁପା ଓ ୧୨ ଭରି ସୁନା ଲୁଟ୍ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଲୁଟ୍ ହୋଇଥିବା ଅଳଙ୍କାର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ । ଏହାସହ ନଗଦ ୫୦ ରୁ ୬୦ ହଜାର ଟଙ୍କା ମଧ୍ୟ ଲୁଟ୍ ହୋଇଛି। ଆକାଶ ତରାଇଙ୍କ ଘରୁ ଏହି ଚୋରି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେ ବନ୍ଧୁ ଘରକୁ ଯାଇଥିବା ବେଳେ ବନ୍ଦ ଘର କବାଟ ତାଡି ଲୁଟେରା ଲୁଟ୍ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Powered by Froala Editor