IRS ଜ୍ୱାଇଁଙ୍କୁ ଗୁଳି କରି ହତ୍ୟା କଲେ ପୂର୍ବତନ ଏଆଇଜି
ଆଇଆରଏସ ଜ୍ୱାଇଁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଶ୍ୱଶୁର। ଚଣ୍ଡିଗଡ଼ ଜିଲ୍ଲା କୋର୍ଟ ପରିସରରେ ଶନିବାର ଅପରାହ୍ନରେ ଏପରି ଘଟଣା ଘଟିଛି। କୃଷି ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ଆଇଆରଏସ ଅଧିକାରୀ ହରପ୍ରୀତ ସିଂହଙ୍କୁ ତାଙ୍କ ଶ୍ୱଶୁର ମାଲୱିନ୍ଦର ସିଂହ ସିଦ୍ଧୁ ଗୁଳି କରି ହତ୍ୟା କରିଛନ୍ତି।
ସୂଚନା ଅନୁସାରେ ବିବାହ ବିବାଦକୁ ନେଇ ଦୁଇ ପକ୍ଷ ଫ୍ୟାମିଲି କୋର୍ଟକୁ ଆସିଥିଲେ। ଏହି ସମୟରେ ପଞ୍ଜାବ ପୁଲିସର ପୂର୍ବତନ ଏଆଇଜି ମାଲବିନ୍ଦର ସିଂହ ସିଦ୍ଧୁ ତାଙ୍କ ଜ୍ୱାଇଁଙ୍କ ଉପରକୁ ଗୁଳି ଚଳାଇଥିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ଜ୍ୱାଇଁ ଜଣେ ଭାରତୀୟ ରାଜସ୍ବ ସେବା (ଆଇଆରଏସ) ଅଧିକାରୀ ଥିଲେ ଓ ସେ କୃଷି ବିଭାଗରେ କାର୍ଯ୍ୟରତ ଥିଲେ। ଦିନ ପ୍ରାୟ ୨ଟା ବେଳେ ମଧ୍ୟସ୍ଥି କେନ୍ଦ୍ରରେ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଚାଲିଥିଲା। ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ଚାଲିଥିବା ବେଳେ ମାଲବିନ୍ଦର ବାଥରୁମ ଯିବାକୁ ଜିଦ୍ ଧରିଥିଲେ। ଏହା ଉପରେ ତାଙ୍କ ଜ୍ୱାଇଁ କହିଥିଲେ ଯେ ମୁଁ ବାଟ ଦେଖାଉଛି। ଦୁହେଁ ରୁମରୁ ବାହାରକୁ ଚାଲିଗଲେ।ବାହାରିବା ପରେ ୫ଟି ଗୁଳି ମାଡ଼ର ଶବ୍ଦ ଶୁଭିଥିଲା।
୫ଟି ଗୁଳିରୁ ୨ଟି ସିଧା ହରପ୍ରୀତଙ୍କ ଦେହରେ ବାଜିଥିଲା। ସେ ସେହି ସ୍ଥାନରେ ହିଁ ପଡ଼ି ଯାଇଥିଲେ। ହରପ୍ରୀତ ତଳେ ପଡ଼ି ଥିବା ବେଳେ ତାଙ୍କ ସହ ଥିବା ଲୋକମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଚିତ୍କାର କରି ହରପ୍ରୀତଙ୍କ ଦେହରେ ଗୁଳି ବାଜିଛି। ଦୟା କରି ତାଙ୍କୁ ହସ୍ପିଟାଲ ନେଇ ଯାଅ ବୋଲି କହୁଥିବା ଶୁଣିବାକୁ ମିଳୁଛି।
Powered by Froala Editor