ଆଇପିଏସ୍ ୱାଇ.ବି ଖୁରାନିଆ ହୋଇପାରନ୍ତି ରାଜ୍ୟର ପରବର୍ତ୍ତୀ ପୁଲିସ ଡିଜି

ବିଏସଏଫ ସ୍ପେଶାଲ ଡିଜି ୱାଇ.ବି ଖୁରାନିଆ କେନ୍ଦ୍ରରୁ ଫେରଛନ୍ତି । ଏନେଇ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଅନୁମୋଦନ କରିଛି । ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ପରବର୍ତ୍ତୀ ପୁଲିସ ଡିଜି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ତାଙ୍କ ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରି ଓଡ଼ିଶା କ୍ୟାଡ଼ରକୁ ଫେରାଇ ଦେବାପରେ ସେ ରାଜ୍ୟର ନୂଆ ପୁଲିସ ଡିଜି ହେବେ ବୋଲି ଆଶା ସଂଚାର ହୋଇଛି।
ସୂଚନାଯୋଗ୍ୟ, ୧୯୯୦ ବ୍ୟାଚ୍ର ଓଡ଼ିଶା କ୍ୟାଡର ହେଉଛନ୍ତି IPS ଯୋଗେଶ ବାହାଦୂର ଖୁରାନିଆ। ସେ ପୂର୍ବରୁ ବିଏସଏଫର ସ୍ପେଶାଲ ଡିଜି ଥିଲେ। ପୂର୍ବରୁ ଭିଜିଲାନ୍ସ ନିର୍ଦ୍ଦେଶକ, ପୁଲିସ କମିସନର ମଧ୍ୟ ରହିଥିଲେ।
Powered by Froala Editor