ବିଶ୍ୱର ୮୫ ଦେଶରେ ଚିହ୍ନଟ ହେଲାଣି ଡେଲ୍ଟା ଭାରିଆଣ୍ଟ

ଭୟଙ୍କର ହେଲାଣି ନୂତନ ପ୍ରଜାତି ଡେଲ୍ଟା । ଏହି ସଂକ୍ରାମକ ପ୍ରଜାତି ଏବେ ବିଶ୍ୱର ୮୫ଟି ଦେଶରେ ଚିହ୍ନଟ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ୨୨ ଜୁନରେ କୋଭିଡ ପ୍ରସଙ୍ଗରେ ପ୍ରକାଶିତ ସାପ୍ତାହିକ ରିପୋର୍ଟରେ ଏହା କହିଛି। ବ୍ରିଟେନର ଆଲଫା ଭେରିଆଣ୍ଟ ୧୭୦ଟି ଦେଶରେ ଚିହ୍ନଟ ହୋଇଥିବା ବେଳେ ବିଟା ଭେରିଆଣ୍ଟ ୧୧୯ଟି ଦେଶରେ ଏବଂ ଗାମା ଭେରିଆଣ୍ଟ ୭୧ ଦେଶ ଏବଂ ଡେଲଟା ଭାରିଆଣ୍ଟ ୮୫ ଦେଶରେ ବ୍ୟାପିଛି।
ଲଗାତାର ଏହି ପ୍ରଜାତିକୁ ବିଶ୍ବର ବିଭିନ୍ନ ସ୍ଥାନରେ ଚିହ୍ନଟ କରାଯାଉଛି। ଆଗକୁ ଏହି ଡେଲ୍ଟା ପ୍ରଜାତି ଏକ ‘ପ୍ରମୁଖ ବଂଶ’ ହେବାକୁ ଯାଉଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି, ବର୍ତ୍ତମାନ ୪ଟି ଚିନ୍ତାଜନକ ପ୍ରଜାତି ଆଲ୍ଫା, ବିଟା , ଗାମା ଏବଂ ଡେଲ୍ଟାକୁ ଅତି ଭଲଭାବେ ଯାଞ୍ଚ କରାଯାଉଛି। ଆଲ୍ଫା ପ୍ରଜାତି ତୁଳନାରେ ଡେଲ୍ଟା ପ୍ରଜାତି ଅଧିକ ସଂକ୍ରାମକ ଏବଂ ଯଦି ବର୍ତ୍ତମାନର ସ୍ଥିତି ଆଗକୁ ଜାରି ରହେ ତେବେ ଏହା ଆଗକୁ ଏକ ‘ପ୍ରମୁଖ ବଂଶ’ରେ ପରିଣତ ହେବ। ସୂଚନାଯୋଗ୍ୟ, ଦେଶରେ ଡେଲଟା ଭେରିଆଣ୍ଟରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଏହି ଭେରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି।
Powered by Froala Editor