ବିଜେପିରେ ଯୋଗଦେଲେ ମମତା ମହନ୍ତ

ବିଜେପିରେ ଯୋଗ ଦେଇଛନ୍ତି ମମତା ମହାନ୍ତ। ଗୁରୁବାର ସେ ଦିଲ୍ଲୀ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ବୁଧବାର ବିଜେଡିରୁ ଇସ୍ତଫା ଦେଇଥିଲେ ମମତା । ରାଜ୍ୟସଭା ସଦସ୍ୟତା ପଦରୁ ମଧ୍ୟ ଦେଇଥିଲେ ଇସ୍ତଫା । ବିଜେପିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମମତା । ସେ କହିଛନ୍ତି ଯେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲି । ମୋତେ ବିଜେଡି ସୁଯୋଗ ଦେଇଥିବାରୁ କୃତଜ୍ଞ । ଲୋକଙ୍କ ସେବା ଓ ଜନକଲ୍ୟାଣ କରିବା ମୋର ଲକ୍ଷ୍ୟ । ମାତ୍ର ବିଜେଡି ମୋର ଆବଶ୍ୟକତା ମନେକରୁନି । କୁଡମୀ ସମାଜ ପାଇଁ ଅଧିକ କାମ କରିବାକୁ ଚାହୁଁଛି । ତେଣୁ ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଲି ।
ଏହି ସମୟରେ ସାଧାରଣ ସଂପାଦକ ଅରୁଣ ସିଂ, ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ। ମମତା ୨୦୨୦ରେ ରାଜ୍ୟ ସଭାକୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ। କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ଭାବେ ମମତା ମହାନ୍ତ ଜଣା। ମମତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇନଥିବା ବେଳେ ସେ ଅଧାରୁ ଇସ୍ତଫା ଦେଇଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୬ ପର୍ଯ୍ୟନ୍ତ ଥିଲା।
Powered by Froala Editor