ଅଧ୍ୟାପକଙ୍କ ହାତରେ ପିଲାଙ୍କ ପରୀକ୍ଷା ଦାୟିତ୍ୱ
ଭୁବନେଶ୍ୱର : କରୋନା ପାଇଁ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ବାତିଲ ହୋଇଥିଲେବି ୟୂଜି ଓ ପିଜି ପରୀକ୍ଷା ହେବବୋଲି ଉଚ୍ଚଶିକ୍ଷା ବିଭାଗ ନିଷ୍ପତି ନେଇଛି । ତେବେ ଅନଲାଇନ ମାଧ୍ୟମରେ କିଭଳି ଛାତ୍ରଛାତ୍ରୀ ପରୀକ୍ଷା ଦେବେ ତାହାର ଦାୟିତ୍ୱ ଅଧ୍ୟାପକଙ୍କ ହାତରେ ନ୍ୟସ୍ତ କରାଯାଇଛି । ବିଭିନ୍ନ କଲେଜର ଅଧ୍ୟକ୍ଷଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଆଲୋଚନା କରିବା ପରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଡକ୍ଟର ସାହୁ କହିଛନ୍ତିଯେ, ପିଲାମାନଙ୍କ ପରୀକ୍ଷା ଦାୟିତ୍ୱ ଅଧ୍ୟାପକମାନଙ୍କ ହାତରେ ନ୍ୟସ୍ତ କରାଯାଇଛି । କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସଂଖ୍ୟା ଆଧାରରେ ମେଂଟର ଚୟନ କରାଯିବ । ଜଣେ ଅଧ୍ୟାପକ ଯେଉଁ ପିଲାମାନଙ୍କର ମେଂଟର ହେବେ ସେମାନେ କିଭଳି ପରୀକ୍ଷା ଦେବେ ତାହା ସେ ସୁନିଶ୍ଚିତ କରିବେ । ଅପରପକ୍ଷରେ ସବୁ କଲେଜର ଅଧ୍ୟକ୍ଷ ମଧ୍ୟ ଏହି ପ୍ରସ୍ତାବରେ ରାଜି ହୋଇଥିବା ଜାଣିବାକୁ ମିଳିଛି । ପୂର୍ବରୁ ଭିସିଙ୍କ ସହ ବୈଠକରେ ଅନଲାଇନ ପରୀକ୍ଷା ନେଇ ନିଷ୍ପତି ନିଆଯାଇଥିଲା । ଯେଉଁ କଲେଜରେ ଅନଲାଇନ ପରୀକ୍ଷା ବ୍ୟବସ୍ଥା ନହୋଇପାରିବ ସେମାନେ ନିକଟସ୍ଥ କଲେଜରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯିବ ।
Powered by Froala Editor