ଏହି ୨ଟି ସମବାୟ ବୋର୍ଡକୁ ଭାଙ୍ଗିଲେ ରାଜ୍ୟ ସରକାର
ଭୁବନେଶ୍ୱର: ସମବାୟ ବୋର୍ଡରେ ଦୁର୍ନୀତି ଅଭିଯୋଗ। ଏଭଳି ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ୨ଟି ସମବାୟ ବୋର୍ଡକୁ ଭାଙ୍ଗି ଦେଇଛନ୍ତି। ଏହି ୨ଟି ସମବାୟ ବୋର୍ଡ ହେଉଛି ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ସମବାୟ ଗୃହ ନିର୍ମାଣ ନିଗମ। ବର୍ତ୍ତମାନଠାରୁ ରାଜ୍ୟ ସରକାର ଖୋଦ ଏହି ୨ଟି ସମବାୟ ବୋର୍ଡର ସମସ୍ତ କାର୍ୟ୍ୟ ବୁଝିବେ ବୋଲି ସମବାୟ ସମିତି ରେଜିଷ୍ଟ୍ରାରଙ୍କ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି।
Powered by Froala Editor