ରାଜ୍ୟରେ କରୋନା ନେଲା ଆଉ ୪୦ ଜୀବନ
ଭୁବନେଶ୍ୱର : କରୋନାରେ ଆଉ ୪୦ ଜଣ ପ୍ରାଣ ହରାଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୮୦୧ରେ ପହଁଚିଛି । ସେହିପରି ରାଜ୍ୟରେ ଆଉ ୨୯୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୬୭୫ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୨୩୭ ଜଣ ସଂକ୍ରମିତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୯୩ ହଜାର ୫୦୮ରେ ପହଁଚିଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୧୯, ବାଲେଶ୍ୱରରେ ୨୨୦, ବରଗଡରେ ୩୧, ଭଦ୍ରକରେ ୧୩୬, ବଲାଙ୍ଗୀରରେ ୧୨, ବୌଦ୍ଧରେ ୧୮, କଟକରେ ୩୮୨, ଦେବଗଡରେ ୪, ଢେଙ୍କାନାଳରେ ୪୨, ଗଜପତିରେ ୧୩, ଗଞ୍ଜାମରେ ୧୮, ଜଗତସିଂହପୁରରେ ୧୩୧, ଯାଜପୁରରେ ୨୯୨, ଝାରସୁଗୁଡ଼ାରେ ୧୪, କଳାହାଣ୍ଡିରେ ୩୫, କନ୍ଧମାଳରେ ୩୬, କେନ୍ଦ୍ରାପଡ଼ାରେ ୭୧, କେନ୍ଦୁଝରରେ ୭୦, ଖୋର୍ଦ୍ଧାରେ ୪୦୧, କୋରାପୁଟରେ ୫୪, ମାଲକାନାଗିରିରେ ୪୯, ମୟୂରଭଞ୍ଜରେ ୧୭୪, ନବରଙ୍ଗପୁରରେ ୫୦, ନୟାଗଡରେ ୧୪୦, ନୂଆପଡ଼ାରେ ୮, ପୁରୀରେ ୧୬୧, ରାୟଗଡାରେ ୫୨, ସମ୍ବଲପୁରରେ ୩୦, ସୋନପୁରରେ ୧୩, ସୁନ୍ଦରଗଡରେ ୭୧ ଓ ରାଜ୍ୟ ପୁଲରେ ୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Powered by Froala Editor