ଜାମ୍ମୁ କାଶ୍ମୀରରେ ଧାରା ୩୭୦ ପୁଣି ଲାଗୁ କରାଯାଉ : ମେହବୁବା

ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡାକିଥିବା ସର୍ବଦଳୀୟ ବୈଠକ ପରେ ପିଡିପି ସଭାପତି ମେହବୁବା ମୁଫତି କହିଛନ୍ତି ଯେ, ଜାମ୍ମୁ କାଶ୍ମୀରରେ ଧାରା ୩୭୦ ପୁଣି ଲାଗୁ କରାଯାଉ ବୋଲି ଆମେ ଚାହୁଁଛୁ। “ମୁଁ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲି ଏବଂ କହିଥିଲି ଯେ ଯଦି ଜାମ୍ମୁ କାଶ୍ମୀରର ଲୋକମାନେ ଶାନ୍ତିରେ ରୁହନ୍ତୁ ବୋଲି ଆପଣ ଚାଁହୁଛନ୍ତି, ତେବେ ତୁମେ ପାକିସ୍ତାନ ସହ କଥା ହେବା ଉଚିତ୍’।
୨୦୧୯ ମସିହା ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଉପତ୍ୟକାରୁ ଧାରା ୩୭୦ ଉଚ୍ଛେଦ କରିବା ବେଆଇନ ଓ ଅସାମ୍ବିଧାନିକ ବୋଲି ମୁଫତି କହିଛନ୍ତି।
ସେ ଗଣମାଧ୍ୟମକୁ କହିଛନ୍ତି, “୨୦୧୯ ଅଗଷ୍ଟ ୫ ପରେ ଜମ୍ମୁ-କଶ୍ମୀର ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନେ କ୍ରୋଧିତ, ହତାଶ ଓ ମାନସିକ ଆଘାତ ପାଇଛନ୍ତି। ସେମାନେ ହଇରାଣ ହେଉଥିବା ଅନୁଭବ କରୁଛନ୍ତି। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏ ବିଷୟରେ ଜଣାଇବା ସହ ସରକାର ଯେଉଁଭଳି ଭାବେ ଏହାକୁ ଉଚ୍ଛେଦ କଲେ, ତାହା ଅସାମ୍ବିଧାନିକ ବୋଲି କହିଛି।
ସେ ଆହୁରି କହିଛନ୍ତି, ଧାରା ୩୭୦ ଉଚ୍ଛେଦ ପରେ ଲୋକମାନେ ଭୟରେ ରହୁଛନ୍ତି। ସେମାନଙ୍କୁ ବିଭିନ୍ନ ଏଜେନ୍ସି ବେଆଇନ ଭାବେ ଗିରଫ କରିବାର ଆଶଙ୍କା ସେମାନେ କରୁଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ ଲକଡାଉନ ଯୋଗୁ ଯେଉଁମାନେ ହଇରାଣ ହୋଇଛନ୍ତି, ସେମାନଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ ସେ ଦାବି କରିଛନ୍ତି।
Powered by Froala Editor