ସେପ୍ଟେମ୍ବର ସୁଦ୍ଧା ଶିଶୁଙ୍କ ପାଇଁ କୋଭାକ୍ସିନ

ନୂଆଦିଲ୍ଲୀ: ଡେଲଟା ପ୍ଲସ ପ୍ରଜାତି ଦେଶରେ ଚିନ୍ତା ବଢ଼ାଇଥିବା ବେଳେ ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ଶିଶୁମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଦେଛନ୍ତି । ସେପ୍ଟେମ୍ବର ସୁଦ୍ଧା ଶିଶୁଙ୍କ ପାଇଁ ଟିକା ଆସିଯିବ ବୋଲି ଗୁଲେରିଆ କହିଛନ୍ତି । ସେପ୍ଟେମ୍ବର ସୁଦ୍ଧା କୋଭାକ୍ସିନ ଶିଶୁଙ୍କ ପାଇଁ ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ କରିବ ଏବଂ ସେହି ମାସରେ ହିଁ ଟିକାକୁ ସ୍ୱୀକୃତି ମିଳିପାରେ । ଯଦି ଭାରତରେ ଫାଇଜର ବାୟୋଏନଟେକ ଟିକାକୁ ସବୁଜ ସଙ୍କେତ ମିଳେ ତେବେ ଏହା ମଧ୍ୟ ଶିଶୁଙ୍କ ପାଇଁ ଏକ ବିକଳ୍ପ ହୋଇପାରିବ ବୋଲି ସେ କହିଛନ୍ତି । ଦିଲ୍ଲୀ ଏମସରେ କୋଭାକ୍ସିନର ପରୀକ୍ଷଣ ପାଇଁ ଜୁନ ୭ରେ ସ୍କି୍ରନିଂ ଆରମ୍ଭ ହୋଇଥିବା ବେଳେ ୨ ରୁ ୧୭ ବର୍ଷ ବୟସର ପିଲାମାନେ ଏଥିରେ ସାମିଲ ହୋଇଛନ୍ତି ।
Powered by Froala Editor