ଓଡ଼ିଶାରେ ବୁଲିବ ବୁଲଡୋଜର

ଭୁବନେଶ୍ୱର: ଉତ୍ତରପ୍ରଦେଶ ଭଳି ଓଡ଼ିଶାରେ ବୁଲିବ ବୁଲଡୋଜର । ଜବରଦଖଲ ନେଇ ଏଭଳି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ ସରକାରୀ ଜମି ଜବରଦଖଲ କରି ନିର୍ମାଣ ହୋଇଥିବା କୋଠାଗୁଡ଼ିକୁ ଭଙ୍ଗାଯିବ । ବଡ଼ବଡ଼ିଆ ଜବରଦଖଲ କୋଠାରେ ବୁଲଡୋଜର ବୁଲିବ । ପୂର୍ବରୁ କେବଳ ଗରିବଙ୍କ ଘର ଭଙ୍ଗା ଯାଉଥିଲା । ଏବେ ବଡ଼ବଡ଼ିଆଙ୍କ ଘର ଭଙ୍ଗାଯିବ । ୪ଡିସିମିଲ ଜାଗରେ କୁଡ଼ିଆ କରି ରହୁଥିବା ଗରୀବ ଜବରଦଖଲକାରୀ ନୁହନ୍ତି । ଅଧିକ ଜାଗା ଜବରଦଖଲ କରି ଅଟ୍ଟାଳିକା ନିର୍ମାଣ କରିଥିଲେ ଭଙ୍ଗାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସାରା ରାଜ୍ୟରେ ସରକାରୀ ବେଆଇନ ଜବରଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ସରକାରୀ ଜମିଗୁଡ଼ିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ କାର୍ୟ୍ୟ ନିମନ୍ତେ ବ୍ୟବହାର ହୁଏ। ଜବରଦଖଲ ଯୋଗୁ ବିକାଶ ବାଧାପ୍ରାପ୍ତ ହେଉଛି। ତେଣୁ ଏସବୁ ବେଆଇନ ଦଖଲ ତୁରନ୍ତ ହଟାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
Powered by Froala Editor