ଆଜି ତିନିରଥଙ୍କ ଦକ୍ଷିଣ ମୋଡ଼
ପୁରୀ: ଶ୍ରୀମନ୍ଦିରକୁ ଫେରିବେ ମହାବାହୁ ।ଆଜି ଷଷ୍ଠୀରେ ତିନିରଥ ନେବ ଦକ୍ଷିଣ ମୋଡ଼ । ନାକଚଣା ଦ୍ବାରସ୍ଥିତ ଶରଧାବାଲିରେ ବିଜେ କରିବେ ରଥ । ଏଥିପାଇଁ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ସଫାସୁତୁରା କରାଯାଇଛି । ରଥଯାତ୍ରା ପରଠାରୁ ତିନିରଥ ଉତ୍ତରମୁହାଁ ହୋଇ ରହିଥିଲେ। ବାହୁଡ଼ାଯାତ୍ରା ପୂର୍ବପ୍ରସ୍ତୁତି ସ୍ବରୂପ ତିନିରଥକୁ ଦକ୍ଷିଣମୋଡ଼ ଦେଇ ସୁସଜ୍ଜିତ କରି ରଖାଯିବ। ଆଜି ସେବାୟତ ଓ ପୁଲିସଙ୍କ ସହଯୋଗରେ ତିନିରଥକୁ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ନିଆଯିବ । ମଧ୍ୟାହ୍ନରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନିରଥ ଦକ୍ଷିଣ ମୋଡ଼ ନେଇ ଶରଧାବାଲିରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତ ହୋଇ ରହିବେ। ପରମ୍ପରା ଅନୁଯାୟୀ, ପ୍ରଥମେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିକୁ ନିଆଯିବ। ଏହା ପରେ ବଡଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣ ମୁହାଁ କରି ରଖାଯିବ। ଦକ୍ଷିଣମୋଡ଼ ପାଇଁ ନୀତି ନିର୍ଘଣ୍ଟ ହୋଇଛି ।
Powered by Froala Editor