କରୋନା ନେଲା ୪୪ ଜୀବନ
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୪୪ ପ୍ରାଣ ହରାଇଛନ୍ତି । ଫଳରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୭୬୧ରେ ପହଁଚିଛି । ଏଯାବତ ରାଜ୍ୟରେ ୮ ଲକ୍ଷ ୯୦ ହଜାର ୫୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୫୩ ହଜାର ୧୨ ଜଣ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୪, ବରଗଡ଼ରେ ୫, ଭଦ୍ରକରେ ୧, ବୌଦ୍ଧରେ ୧, କଟକରେ ୫, ଢେଙ୍କାନାଳରେ ୧, ଗଞ୍ଜାମରେ ୩, କେନ୍ଦ୍ରାପଡାରେ ୩, ଖୋର୍ଦ୍ଧାରେ ୯, ମାଲକାନାଗିରିରେ ୧, ନୟାଗଡରେ ୨, ପୁରୀରେ ୪, ସମ୍ବଲପୁରରେ ୨ ଓ ସୁନ୍ଦରଗଡ଼ରେ ୩ ଜଣ ମୃତୁ୍ୟବରଣ କରିଛନ୍ତି । ଅପରପକ୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୧୨, ବାଲେଶ୍ୱରରେ ୨୭୮, ବରଗଡରେ ୪୫, ଭଦ୍ରକରେ ୧୭୦, ବଲାଙ୍ଗୀରରେ ୧୬, ବୌଦ୍ଧରେ ୪୧, କଟକରେ ୪୮୫, ଦେବଗଡରେ ୪, ଢେଙ୍କାନାଳରେ ୧୧୦, ଗଜପତିରେ ୮, ଗଞ୍ଜାମରେ ୧୪, ଜଗତସିଂହପୁରରେ ୧୩୮, ଯାଜପୁରରେ ୩୩୨, ଝାରସୁଗୁଡ଼ାରେ ୮, କଳାହାଣ୍ଡିରେ ୨୩, କନ୍ଧମାଳରେ ୨୬, କେନ୍ଦ୍ରାପଡ଼ାରେ ୧୦୬, କେନ୍ଦୁଝରରେ ୬୮, ଖୋର୍ଦ୍ଧାରେ ୬୦୪, କୋରାପୁଟରେ ୧୦୪, ମାଲକାନାଗିରିରେ ୬୭, ମୟୂରଭଞ୍ଜରେ ୧୪୫, ନବରଙ୍ଗପୁରରେ ୬୯, ନୟାଗଡରେ ୧୨୨, ନୂଆପଡ଼ାରେ ୧୦, ପୁରୀରେ ୧୮୭, ରାୟଗଡାରେ ୧୦୬, ସମ୍ବଲପୁରରେ ୩୫, ସୋନପୁରରେ ୨୨, ସୁନ୍ଦରଗଡରେ ୧୦୬ ଓ ରାଜ୍ୟ ପୁଲରେ ୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Powered by Froala Editor