ସିଲାବସ୍ରେ ସ୍ଥାନ ପାଇଲା ‘ବନ୍ଦେ ଉତ୍କଳ ଜନନୀ’
ମାତୃଭାଷା ଓଡ଼ିଆ ବିଷୟରେ ରାଜ୍ୟ ସରକାର ‘ବନ୍ଦେ ଉତ୍କଳ ଜନନୀ’କୁ ସ୍ଥାନିତ କରିଛନ୍ତି । ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସିଲାବସରେ ଏହି ବିଷୟ ସ୍ଥାନ ପାଇଛି । ଏ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ହୋଇଥିବା ଏହି ଗୀତକୁ ଓଡ଼ିଶାର ରାଜ୍ୟ ସଂଗୀତ ଭାବେ ମାନ୍ୟତା ମିଳିଛି । ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ଏହି ଗୀତଟି ରାଜ୍ୟଗାନ ଭାବେ ଆଦୃତି ଲାଭ କରିଥିଲା । ୧୯୯୪ରେ ବିଧାନସଭାରେ ଛିଡ଼ାହୋଇ ସମସ୍ତ ସଦସ୍ୟ ଏହାକୁ ଜାତୀୟ ସଙ୍ଗୀତ ପରି ସମ୍ମାନର ସହିତ ଗାନ କରିଥିଲେ । ସେବେଠାରୁ ବିଧାନସଭାରେ ଏହି ପରମ୍ପରା ଚାଲି ଆସୁଛି । ଏବେ ଏହି ସଙ୍ଗୀତ ଓଡ଼ିଶା ବିଧାନସଭା ଅଧିବେଶନ, ସ୍କୁଲ , କଲେଜ ଓ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗାନ କରାଯିବ । ଏହି ବିଜ୍ଞପ୍ତ ପ୍ରକାଶ ପାଇବା ପରେ ଓଡ଼ିଶା ପାଇଁ ଆଉ ଏକ ଗୌରବର ବିଷୟ ପାଲଟିଛି ।
Powered by Froala Editor