ପୁଣି ବିଦା ହେଲେ ଏହି ଦୁଇ ସରକାରୀ ବାବୁ
ଭୁବନେଶ୍ୱର: ଅବସର ପରେ ବି ସରକାରୀ ପଦବୀରେ ଥିଲେ । କିନ୍ତୁ ଏବର ମୋହନ ସରକାରରେ ହଟିଲେ । ଅବସର ପରେ ବି ସରକାରୀ ପଦବୀରେ ଥିବା ୨ ଅଧିକାରୀଙ୍କୁ ହଟାଯାଇଛି । ସୁଡା ପ୍ରକଳ୍ପ ନିଦେ୍ର୍ଧଶକ ଓ ପୌର ନିଦେ୍ର୍ଧଶକ ପଦରୁ ୨ ଅଧିକାରୀଙ୍କୁ ହଟାଯାଇଛି । ଅବସର ପରେ ସୁଡା ନିଦେ୍ର୍ଧଶକଭାବେ ସାରଦା ପ୍ରସାଦ ପଣ୍ଡା ନିଯୁକ୍ତ ପାଇଥିଲେ । ତେବେ ତାଙ୍କୁ ଏବେ ହଟାଯାଇ ତାଙ୍କ ସ୍ଥାନରେ ରବୀନ୍ଦ୍ର କୁମାର ସାହୁଙ୍କୁ ସୁଡା ପ୍ରକଳ୍ପ ନିଦେ୍ର୍ଧଶକଭାବେ ନିଯୁକ୍ତ କରାଯାଇଛି । ସେହିପରି ଅବସରପରେ ପୌର ନିଦେ୍ର୍ଧଶକଭାବେ ସଂଗ୍ରାମଜିତ ନାୟକଙ୍କୁ ମଧ୍ୟ ହଟାଯାଇଛି । ତାଙ୍କ ସ୍ଥାନରେ ଦେବାଶିଷ ସିଂହଙ୍କୁ ପୌରନିଦେ୍ର୍ଧଶକାଭାବେ ନିଯୁକ୍ତ କରାଯାଇଛି । ପ୍ରକାଶ ଯେ ବିଜେଡି ସରକାର ଅମଳରେ ଅବସର ଗ୍ରହଣ ପରେ ବି ବହୁ ଅଧିକାରୀଙ୍କୁ ପୁନଃନିଯୁକ୍ତି ଦିଆଯାଇଥିଲା । ଯାହାକୁ ସେତେବେଳେ ବିରୋଧୀ ଆସନରେ ବସିଥିବା ବିଜେପି ବିରୋଧ କରିଆସୁଥିଲା । ଏବେ ରାଜ୍ୟରେ ବିଜେପି ସରକାର ଶାସନଭାର ସମ୍ଭାଳିବା ପରେ ଅବସର ପରେ ନିଯୁକ୍ତି ପାଇଥିବା ବାବୁମାନଙ୍କୁ ବିଦା କରିବାରେ ଲାଗିଛନ୍ତି ।
Powered by Froala Editor