କାଶ୍ମୀର ପ୍ରସଙ୍ଗରେ ହେବ ବଡ ନିଷ୍ପତି

ଶ୍ରୀନଗର: ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଗୁପକାର ନେତା ଯୋଗ ଦେବେ । ଫାରୁକ ଅବଦୁଲ୍ଲାଙ୍କ ବାସଭବନରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ଉପସ୍ଥିତ ନେତାମାନଙ୍କ ମଧ୍ୟରେ ବିଚାର ବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ଗୁପକାର ମେଣ୍ଟର ଅଧ୍ୟକ୍ଷ ଫାରୁକ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବା ସକାଶେ ଗତ ତିନି ଦିନ ହେଲା ଲଗାତାର ବୈଠକ ଚାଲିଥିଲା । ଏହି ବୈଠକରେ ନ୍ୟାସନାଲ କନଫରେନ୍ସ ଏବଂ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ସମତେ ସମସ୍ତ ଆଞ୍ଚଳିକ ଦଳର ନେତାମାନଙ୍କ ମଧ୍ୟରେ ସୋମବାର ଦୀର୍ଘ ଆଲୋଚନା ହୋଇଥିଲା । ଏହା ପରେ ଏହି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସର୍ବଦଳୀୟ ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ଉପରେ ଫାରୁକଙ୍କ ବାସଭବନରେ ବୈଠକ ହୋଇଥିଲା ।
Powered by Froala Editor