ବୁଡ଼ି ଯାଉଥିବା ବେଳେ ଯୁବତୀ ଭାବି ଉଦ୍ଧାର କଲା ଅଗ୍ନିଶମ ବାହିନୀ, ଦେଖିଲା ବେଳକୁ ଉଠିଗଲା ହୋସ୍... ଜାଣନ୍ତୁ କାହିଁକି...
ଟୋକିଓ: ଡ୍ରେନ୍ରେ ଏକ ମାଛର ଭିଡିଓ ଉତ୍ତୋଳନ ବେଳେ ଜଣେ ୟୁ-ଟ୍ୟୁବରଙ୍କ ହଠାତ୍ ନଜର ପଡ଼ିଲା ଯୁବତୀଙ୍କ ଉପରେ । ସେ ବୁଡ଼ି ଯାଉଥିବାର ଦେଖି ଉଦ୍ଧାର କରିବାକୁ ଚେଷ୍ଟା କଲେ । ହେଲେ ବିଫଳ ହେଲେ । ତୁରନ୍ତ ଏନେଇ ପୁଲିସ୍ ଓ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଖବରପାଇ ପୁଲିସ୍, ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଲେ । ଯୁବତୀଙ୍କୁ ଉଦ୍ଧାର ପାଇଁ ଚାଲିଲା କସରତ । ବେଶ୍ କିଛି ସମୟ ପରେ ଉଦ୍ଧାର କରିବାରେ ସଫଳ ହେଲେ । ମାତ୍ର ଦେଖିବା ବେଳକୁ ସମସ୍ତଙ୍କ ହୋସ୍ ଉଠିଗଲା । କାରଣ ସେ ଯୁବତୀ ନଥିଲେ, ଥିଲା ଏକ ସେକ୍ସ ଡଲ୍ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଜାପାନର ହାକିନୋହେ ସହରର ଉପକୂଳବର୍ତୀ ଅଞ୍ଚଳରେ ।
ଗତ କିଛି ଦିନ ତଳେ ହାକିନୋହେ ସହରର ଉପକୂଳବର୍ତୀ ଅଞ୍ଚଳରେ ତନାକା ନାତ୍ସୁକି ନାମକ ଜଣେ ୟୁଟ୍ୟୁବର ଏକ ମାଛର ଭିଡ଼ିଓ ଉତ୍ତୋଳନ କରୁଥିଲେ । ଏହି ସମୟରେ ହଠାତ୍ ଜଣେ ଯୁବତୀ ବୁଡୁଥିବାର ଦେଖିବାକୁ ପାଇଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରଥମେ ଚେଷ୍ଟା କରିଥିଲେ । ହେଲେ ତାହା ସମ୍ଭବ ହୋଇନଥିଲା । ଏହାପରେ ତୁରନ୍ତ ସେ ପୁଲିସ, ଦମକଳବାହୀନି ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ସମ୍ପୃକ୍ତ ବିଭାଗର କର୍ମଚାରୀମାନେ ମଧ୍ୟ ସଙ୍ଗେ ସଙ୍ଗେ ପହଞ୍ଚି ଯାଇଥିଲେ । ବହୁ ଚେଷ୍ଟା ପରେ ଉଦ୍ଧାର କରାଯାଇଥିଲା । ହେଲେ ଉପରକୁ ଆସିବା ପରେ ସମସ୍ତେ ଭ୍ରମରେ ପଡ଼ିଥିବା ଜାଣିବାକୁ ପାଇଥିଲେ । କାରଣ ଯୁବତୀ ଭଳି ଯାହାକୁ ଉଦ୍ଧାର କରିଥିଲେ, ବାସ୍ତବରେ ତାହା ଏକ ସେକ୍ସ ଡଲ୍ ଥିଲା ।
ଡଲ୍କୁ ଦେଖି ଉଦ୍ଧାରକାରୀ ଦଳ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତନାକା ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ସୂଚନାଯୋଗ୍ୟ, ଜାପାନରେ ପ୍ରତି ବର୍ଷ ୨ ହଜାର ସେକ୍ସ୍ ଡଲ୍ ବିକ୍ରି ହୋଇଥାଏ । ଏହି ଡଲ୍ ଗୁଡ଼ିକୁ ନିର୍ଦ୍ଧିଷ୍ଟ ଭାବେ ପୋତାଯିବା କିମ୍ବା ଜଳାଯିବାର ବ୍ୟବସ୍ଥା କରାଯାଇଥାଏ । ହେଲେ କିଛି ବ୍ୟକ୍ତି ଏହାକୁ ଏଭଳି ନକରି ଏତେତେଣେ ଫୋପାଡ଼ି ଦେଉଥିବା ଦେଖିବାକୁ ମିଳିଛି । ଫଳରେ କିଛି ଲୋକ ଏଭଳି ଭ୍ରମରେ ପଡ଼ୁଛନ୍ତି । ପୂର୍ବରୁ ମଧ୍ୟ ଏଭଳି କିଛି ଘଟଣା ଘଟିଥିବାର ନଜିର ରହିଛି ।
Powered by Froala Editor