ଶୌଚ ହେବା ପାଇଁ ଯାଇଥିଲେ, ଦଳି ଦେଲା ଦନ୍ତା
ସୁନ୍ଦରଗଡ଼: ଶୌଚ ହେବା ପାଇଁ ଯିବା ବେଳେ ଦଳି ଦେଲା ଦନ୍ତା। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବନାଞ୍ଚଳ ଅଧୀନ ଝିରପାଣିରେ ଏହି ଘଟଣା ଘଟିଛି। ମୃତକ ହେଲେ ଗାଁର ସାମୁଏଲ ସାଇନ୍ଦ।ଆଜି ଭୋର ସମୟରେ ସାମୁଏଲ ଶୌଚ ହେବା ପାଇଁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବନବିଭାଗ ଟିମ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
Powered by Froala Editor