ଟିକା ନେଇଥିଲେ ଇଣ୍ଡିଗୋ ବିମାନ ଯାତ୍ରାରେ ମିଳିବ ରିହାତି, ଜାଣନ୍ତୁ କେତେ ପ୍ରତିଶତ କମିବ ଭଡ଼ା...
ନୂଆଦିଲ୍ଲୀ: ଦେଶରେ ଟିକାକରଣକୁ ଜୋରଦାର୍ କରାଯାଉଛି । କେନ୍ଦ୍ର ସରକାର ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇ ଦେଉଛନ୍ତି । କରୋନାକୁ ମାତ୍ ଦେବାରେ ଟିକା ଏକ ମାତ୍ର ସଞ୍ଜିବନୀ ବୋଲି କୁହାଯାଉଛି । ବର୍ତ୍ତମାନ ଟିକାକରଣକୁ ପ୍ରୋତ୍ସାହନ କରିବାକୁ ଅନେକ କମ୍ପାନି ଅଫର୍ ଦେଲେଣି । ଏହି କ୍ରମରେ ଇଣ୍ଡିଗୋ ବିମାନ କମ୍ପାନି ବୁଧବାର ରିହାତି ଘୋଷଣା କରିଛି । କମ୍ପାନି ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ ଯିଏ ଗୋଟିଏ କି ଦୁଇଟି କରୋନା ଟିକା ନେଇଥିବେ ସିଏ ବିମାନ ଟିକେଟ କାଟିବା ବେଳେ ରିହାତି ପାଇବେ । ମୋଟ୍ ଭଡାର ୧୦ ପ୍ରତିଶତ ଭଡା ଅଫର ଭାବରେ ବୁକିଂ ବେଳେ ମିଳିବ । ଇଣ୍ଡିଗୋ ଏଭଳି ଅଫର ଦେବାରେ ଭାରତର ପ୍ରଥମ କମ୍ପାନି ।
ସୂଚନାଯୋଗ୍ୟ, ଦେଶରେ ବର୍ଷ ଶେଷ ସୁଦ୍ଧା ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଆସନ୍ତା ଦିନରେ ଟିକା ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ । ଜୁଲାଇରେ ପ୍ରାୟ ୨୦-୨୨ କୋଟି ଡୋଜ ଉପଲବ୍ଧ ହେବ ବୋଲି ମଙ୍ଗଳବାର କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।
Powered by Froala Editor