ସେନା ଇତିହାସରେ ପ୍ରଥମ : ପଞ୍ଚମରୁ ସାଙ୍ଗ, ଆଜି ସ୍ଥଳ ଓ ନୌସେନା ମୁଖ୍ୟ
ଭାରତୀୟ ସେନା ଇତିହାସରେ ପ୍ରଥମ ଥର ପାଇଁ ଦୁଇ ସହପାଠୀ ମିଳିତ ଭାବେ ଭାରତୀୟ ସେନା ମୁଖ୍ୟ ପଦରେ ପହଞ୍ଚିଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଭାରତୀୟ ସେନାର ନୂତନ ମୁଖ୍ୟ ହୋଇଛନ୍ତି। ଉପେନ୍ଦ୍ର ଦ୍ୱିବେଦୀଙ୍କ ସାଙ୍ଗ ତଥା ସହପାଠୀ ଦୀନେଶ କୁମାର ତ୍ରିପାଠୀ ନୌସେନା ମୁଖ୍ୟଙ୍କ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି। ଦୀନେଶ କୁମାର ତ୍ରିପାଠୀ ଦୁଇ ମାସ ପୂର୍ବରୁ ନୌସେନାର କମାଣ୍ଡ ନିଜ ହାତକୁ ନେଇଥିଲେ। ସେନାଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେଙ୍କଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ ।
୧୯୬୪ ଜୁଲାଇ ପହିଲାରେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀଙ୍କ ଜନ୍ମ । ୧୯୮୪ରେ ସେନାର ଜମୁ କାଶ୍ମୀର ରାଇଫଲ୍ସରେ ଯୋଗ ଦେଇଥିଲେ । ସେନାରେ ଦୀର୍ଘ ୪୦ ବର୍ଷ ଧରି ଦେଶର ସେବା କରି ଆସୁଛନ୍ତି । ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ ଦାୟିତ୍ଵ ନେବା ପରେ ଦୁଇ ସାଙ୍ଗ ଦେଶର ଦୁଇ ସେନାବାହିନୀର ମୁଖିଆ ହୋଇଛନ୍ତି । ଦେଶରେ ପ୍ରଥମ ଥର ଲାଗି ଦୁଇ ସହପାଠୀ ଦୁଇ ସେନାମୁଖ୍ୟ ଦାୟିତ୍ଵ ଭାର ସମ୍ଭାଳିଛନ୍ତି । ଉଭୟ ମଧ୍ୟପ୍ରଦେଶର ରିୱା ସୈନିକ ସ୍କୁଲରେ ପଞ୍ଚମ ଶ୍ରେଣୀରୁ ମିଶି ପାଠ ପଢୁଥିଲେ ।
Powered by Froala Editor