Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, April 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ...

  • ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ...

  • ଯୁଦ୍ଧରେ ଲାଗିଲା ୨ ସପ୍ତାହର ବିରାମ

  • ଏହି ତିନୋଟି ରାଜ୍ୟରେ ପ୍ରଚାର କାର୍ଯ୍ୟ ...

  • ସେୟାର ମାର୍କେଟରେ ଚମକ, ସୁନା ମହଙ୍ଗା

  • ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା

  • ଜଣେ ଇଞ୍ଜିନିୟରଙ୍କୁ ବିବାହ କଲେ ଆଇଆଇଟି ...

  • ଆଳୁ ରସ କରିବ ତ୍ଵଚାକୁ ଗୋରା

  • ପଶ୍ଚିମବଙ୍ଗ ଭୋଟର ତାଲିକା ସମ୍ପର୍କରେ ...

  • ପିଏଫ୍ ଜମା ଉଠାଇବା ଏବେ ହୋଇଗଲା ଆହୁରି ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ›› IFS ବିକ୍ରମ ମିଶ୍ରି ଭାରତର ନୂଆ ବୈଦେଶିକ ସଚିବ ନିଯୁକ୍ତ

IFS ବିକ୍ରମ ମିଶ୍ରି ଭାରତର ନୂଆ ବୈଦେଶିକ ସଚିବ ନିଯୁକ୍ତ

2024-06-29 20:51:05
15802
Share:
Facebook
Twitter
E-Mail
WhatsApp
Telegram
 IFS ବିକ୍ରମ ମିଶ୍ରି ଭାରତର ନୂଆ ବୈଦେଶିକ ସଚିବ ନିଯୁକ୍ତ

ବିକ୍ରମ ମିଶ୍ରି ହେବେ ଭାରତର ନୂଆ ବୈଦେଶିକ ସଚିବ। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ତାଙ୍କର ନିଯୁକ୍ତି ଉପରେ ମୋହର ମାରିଛି। ଏବେ ଜାତୀୟ ସୁରକ୍ଷା ଉପ-ପରାମର୍ଶଦାତା (Deputy NSA) ଥିବା ବିକ୍ରମ ମିଶ୍ରି ଆସନ୍ତା ଜୁଲାଇ ମାସ ୧୫ ତାରିଖରେ ଭାରତର ବୈଦେଶିକ ସଚିବ ଭାବେ ଦାୟିତ୍ୱ ନେବେ। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହା ପୂର୍ବରୁ ବିକ୍ରମ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି । ଚୀନ ସହ ଭାରତର ବିଭିନ୍ନ ବୈଦେଶିକ କାରବାରରେ ସେ ତାଙ୍କ କୂଟନୀତି ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାସଲ କରିଥିଲେ ।

୧୯୬୪ ମସିହା ନଭେମ୍ବର ୭ରେ ଏକ କାଶ୍ମିରୀ ହିନ୍ଦୁ ପରିବାରରେ ବିକ୍ରମ ମିଶ୍ରି ଜନ୍ମଗ୍ରହଣ କରିଥିଲେ । ସିନ୍ଧିଆ ସ୍କୁଲ ଗ୍ୱାଲିୟରରୁ ସେ ତାଙ୍କ ସ୍କୁଲ ପାଠପଢ଼ା ଶେଷ କରିବା ପରେ ଦିଲ୍ଲୀ ୟୁନିଭର୍ସିଟିର ହିନ୍ଦୁ କଲେଜରୁ ଇତିହାସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରେ ସେ XLRI ଜାଭିୟର ଲେବର ରିଲେସନ୍ସ ଇନ୍ସଟିଟ୍ୟୁଟ ଜାମସେଦପୁରରୁ ଏମବିଏ କରିଥିଲେ । ଏହା ପରେ ସେ ଏକ ଆଡଭାର୍ଟାଇଜିଂ ଏବଂ ଆଡ୍ ଫିଲ୍ମ ମେକିଂ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରିଥିଲେ । କିନ୍ତୁ ୟୁପିଏସସି ପରୀକ୍ଷା ପାସ କରିବା ତାଙ୍କର ସ୍ୱପ୍ନ ଥିଲା । ୧୯୮୮ରେ ବିକ୍ରମଙ୍କର ସ୍ୱପ୍ନ ବାସ୍ତବତାର ରୂପ ଧାରଣ କଲା ଏବଂ IFS ରେ ତାଙ୍କର ଚୟନ ହୋଇଥିଲା ।

ବିକ୍ରମ ମିଶ୍ରି ହେଉଛନ୍ତି ୧୯୮୯ ବ୍ୟାଚର IFS ଅଧିକାରୀ । ବର୍ତ୍ତମାନର ବୈଦେଶିକ ସଚିବ ବିନୟ କ୍ୱାତ୍ରାଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତ କରାଯାଇଛି । ଗତ ଦୁଇ ବର୍ଷରୁ ସେ ଡେପୁଟି ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର ଭାବେ କାର୍ଯ୍ୟରତ ଥିଲେ । ଏହି ପଦବୀ ପାଇଁ ତାଙ୍କ କାର୍ଯ୍ୟକାଳ ହ୍ରାସ କରାଯାଇ ଦେଶର ପରବର୍ତ୍ତୀ ବୈଦେଶିକ ସଚିବ ଭାବେ ନିଯୁକ୍ତ କରାଯାଇଛି । 

Powered by Froala Editor

Tags bikram

Related articles Odisha News Lens 4.1

  • ଏହି ତିନୋଟି ରାଜ୍ୟରେ ପ୍ରଚାର କାର୍ଯ୍ୟ ଶେଷ, ୯ରେ ଭୋଟକୁ ଅପେକ୍ଷା
    ଦେଶ-ଦେଶାନ୍ତର

    ଏହି ତିନୋଟି ରାଜ୍ୟରେ ପ୍ରଚାର କାର୍ଯ୍ୟ ଶେଷ, ୯ରେ ଭୋଟକୁ ଅପେକ୍ଷା

    15190
    Apr 08, 2026
  • ସେୟାର ମାର୍କେଟରେ ଚମକ, ସୁନା ମହଙ୍ଗା
    ଦେଶ-ଦେଶାନ୍ତର

    ସେୟାର ମାର୍କେଟରେ ଚମକ, ସୁନା ମହଙ୍ଗା

    14062
    Apr 08, 2026
  • ଆଳୁ ରସ କରିବ ତ୍ଵଚାକୁ ଗୋରା
    ବିଶେଷ

    ଆଳୁ ରସ କରିବ ତ୍ଵଚାକୁ ଗୋରା

    14263
    Apr 07, 2026
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ
    ବିଶେଷ

    ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    13739
    Apr 08, 2026
  • ପଶ୍ଚିମବଙ୍ଗ ଭୋଟର ତାଲିକା ସମ୍ପର୍କରେ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ଭୋଟର ତାଲିକା ସମ୍ପର୍କରେ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କ’ଣ ?

    14368
    Apr 07, 2026
  • ଯୁଦ୍ଧରେ ଲାଗିଲା ୨ ସପ୍ତାହର ବିରାମ
    ଦେଶ-ଦେଶାନ୍ତର

    ଯୁଦ୍ଧରେ ଲାଗିଲା ୨ ସପ୍ତାହର ବିରାମ

    13600
    Apr 08, 2026
  • ପିଏଫ୍ ଜମା ଉଠାଇବା ଏବେ ହୋଇଗଲା ଆହୁରି ସହଜ, ଜାଣନ୍ତୁ କେମିତି?
    ଦେଶ-ଦେଶାନ୍ତର

    ପିଏଫ୍ ଜମା ଉଠାଇବା ଏବେ ହୋଇଗଲା ଆହୁରି ସହଜ, ଜାଣନ୍ତୁ କେମିତି?

    15762
    Apr 07, 2026
  • ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ନିର୍ଦ୍ଦେଶ

    15266
    Apr 08, 2026
  • ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା
    ଦେଶ-ଦେଶାନ୍ତର

    ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା

    13505
    Apr 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା

    13505
    Apr 08, 2026
  • ଦେଶ-ଦେଶାନ୍ତର

    ଏହି ତିନୋଟି ରାଜ୍ୟରେ ପ୍ରଚାର କାର୍ଯ୍ୟ ଶେଷ, ୯ରେ ଭୋଟକୁ ଅପେକ୍ଷା

    15190
    Apr 08, 2026
  • ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ଭୋଟର ତାଲିକା ସମ୍ପର୍କରେ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କ’ଣ ?

    14368
    Apr 07, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17408
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17465
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17816
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16293
    Apr 03, 2021

ବିଶେଷ

  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    13739
    Apr 08, 2026
  • ଆଳୁ ରସ କରିବ ତ୍ଵଚାକୁ ଗୋରା

    14263
    Apr 07, 2026
  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15651
    Apr 06, 2026
  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    14154
    Apr 04, 2026
  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    15497
    Apr 02, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15319
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15049
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15553
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13850
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଯୁଦ୍ଧରେ ଲାଗିଲା ୨ ସପ୍ତାହର ବିରାମ

    13600
    Apr 08, 2026
  • ଜଣେ ଇଞ୍ଜିନିୟରଙ୍କୁ ବିବାହ କଲେ ଆଇଆଇଟି ବାବା

    14178
    Apr 08, 2026
  • ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ନିର୍ଦ୍ଦେଶ

    15266
    Apr 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In