୯ ବର୍ଷୀୟ ଶିଶୁର ପାଦ ବଦଳରେ ପ୍ରାଇଭେଟ୍ ପାର୍ଟ ସର୍ଜରୀ କରିଦେଲେ ଡାକ୍ତର
ମହାରାଷ୍ଟ୍ରର ଥାନେରେ ଗୋଟିଏ ୯ ବର୍ଷୀୟ ଶିଶୁର ପାଦ ସର୍ଜରୀ କରିବା ବଦଳରେ ଡାକ୍ତର ପ୍ରାଇଭେଟ ପାର୍ଟର ସର୍ଜରୀ କରିଦେଇଛନ୍ତି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସାଙ୍ଗମାନଙ୍କ ସହ ଖେଳିବା ବେଳେ ପିଲାଟିର ଗୋଡ଼ରେ ଗତ ମାସରେ ଆଘାତ ଲାଗିଥିଲା। ଏଥିପାଇଁ ତାଙ୍କୁ ଜୁନ ୧୫ରେ ଶାହାପୁର ସ୍ଥିତ ଉପ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନର ଚିକିତ୍ସା ପରେ ଡାକ୍ତର ତାଙ୍କର ସର୍ଜରୀ କରିବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକ ମଧ୍ୟ ଏଥିରେ ରାଜି ହୋଇଥିଲେ। କିନ୍ତୁ ଡାକ୍ତରମାନେ ତାଙ୍କର ଗୋଡ଼ର ଅପରେସନ କରିବା ବଦଳରେ ଗୁପ୍ତାଙ୍ଗର ଅପରେସନ କରି ଦେଇଛନ୍ତି। ଭୁଲବଶତଃ ସେମାନେ ପିଲାଟିର ଗୁପ୍ତାଙ୍ଗ ଅପରେସନ କରି ଦେଇଥିବା ଜାଣିବା ପରେ ପୁଣି ଗୋଡ଼ର ମଧ୍ୟ ଅପରେସନ କରିଥିଲେ।
ମାତ୍ର ଶିଶୁର ପିତା-ମାତା ଡାକ୍ତରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ଡାକ୍ତରଙ୍କ ଭୁଲ ପାଇଁ ୯ ବର୍ଷୀୟ ଶିଶୁର ଜୀବନ ବର୍ବାଦ ହୋଇଯାଇଛି । ଡାକ୍ତର ଭୁଲ ସର୍ଜରୀ କରିଥିବା ନେଇ ଶିଶୁର ପିତାମାତା ଅଭିଯୋଗ କରିଛନ୍ତି । ଆଘାତ ଲାଗିଥିବା ପାଦରେ ସର୍ଜରୀ କରିବା ବଦଳରେ ଡାକ୍ତର ଶିଶୁର ପ୍ରାଇଭେଟ ପାର୍ଟର ସର୍ଜରୀ କରିଦେଇଥିବା ଶିଶୁର ପିତାମାତା ଅଭିଯୋଗ କରିଛନ୍ତି । ଏହି ମାମଲାରେ ଶିଶୁର ପିତାମାତା ଏକ ମାମଲା ଦାୟର କରିଛନ୍ତି ।
ଅନ୍ୟପକ୍ଷରେ ଗଜେନ୍ଦ୍ର ପାୱାର ନାମକ ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ଗୋଡ଼ ବ୍ୟତୀତ ପିଲାଟିର ଫିମୋସିସ(ସଶକ୍ତ ପୋରସ୍କିନ ବା ଗୁପ୍ତାଙ୍ଗ ଉପରେ ଚମଡ଼ା ଲାଗିବା ଓ ଏହା ଠିକ ସେ ନଖୋଲିବା) ସମସ୍ୟା ମଧ୍ୟ ରହିଥିଲା। ତେଣୁ ହସ୍ପିଟାଲ ପକ୍ଷରୁ ଦୁଇଟି ଯାକ ଅପରେସନ କରି ଦିଆଯାଇଛି।
ଦ୍ୱିତୀୟ ଅପରେସନ କଥା ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା କି ପ୍ରଶ୍ନରେ ପାୱାର କହିଛନ୍ତି, ଡାକ୍ତରମାନେ ସମ୍ଭବତଃ ସେମାନଙ୍କୁ କହିବାକୁ ଭୁଲି ଯାଇଥିବେ ନଚେତ ରୋଗୀଙ୍କ କୌଣସି ସମ୍ପର୍କୀୟଙ୍କୁ କହିଥିବେ। ଡାକ୍ତରମାନେ ଯାହା କରିଛନ୍ତି ପୂରା ଠିକ। ଏଥିରେ କୌଣସି ଭୁଲ ନାହିଁ ବୋଲି ସେ କହିଛନ୍ତି।
Powered by Froala Editor