ବିହାର କିଶନଗଞ୍ଜରେ ଧସିଗଲା ୭୦ ଫୁଟ ଲମ୍ବ ବ୍ରିଜ୍
ବିହାର ରାଜ୍ୟରେ ୧୦ ଦିନରେ ୪ଟି ପୋଲ ଭୁଶୁଡିପଡିଛି। କିଶନଗଞ୍ଜ ଜିଲାରେ ଗୁରୁବାର ଏକ ୭୦ ମିଟର ଲମ୍ବର ବ୍ରିଜ୍ ଭୁଶୁଡ଼ିଛି। ପ୍ରବଳ ବର୍ଷା ଯୋଗୁ ହଠାତ୍ ଜଳସ୍ତର ବଢ଼ିଯିବାରୁ ବାହଦୁରଗଞ୍ଜ ବ୍ଲକ୍ର ମଦିୟାଠାରେ ଥିବା ଉକ୍ତ ବ୍ରିଜ୍ର ଗୋଟିଏ ପିଲାର ଭୁଶୁଡ଼ି ପଡ଼ିଛି। କଙ୍କାଇ ନଦୀକୁ ମହାନନ୍ଦା ସହ ସଂଯୋଗ କରୁଥିବା ଏକ ଶାଖାନଦୀରେ ଏହି ବ୍ରିଜ୍ ୨୦୧୧ରେ ନିର୍ମାଣ କରାଯାଇଥିଲା।
କିନ୍ତୁ ଏହି ବ୍ରିଜର ଗୋଟିଏ ପିଲାର ଭାଙ୍ଗି ଯିବାରୁ ବ୍ରିଜଟିର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ଫଳରେ ଦୁଇଟି ଯାକ ସହର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ତେବେ ଏଥିରେ କେହି ବି ମୃତାହତ ହୋଇ ନାହାନ୍ତି। ପିଲାର ଭୁଶୁଡ଼ି ପଡ଼ିବା ପରେ ଉକ୍ତ ବ୍ରିଜ୍ରେ ଗାଡ଼ି ଚଳାଚଳ ବନ୍ଦ ରହିଛି।
ଏ ସମ୍ପର୍କରେ ଖବର ପାଇବା ପରେ ବାହାଦୂରଗଞ୍ଜ ପୁଲିସ୍ ଷ୍ଟେସନ ମୁଖ୍ୟ ଅଭିନବ ପାର୍ସର ତାଙ୍କ ଟିମ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହାପରେ ସେ ଉଭୟ ପାର୍ଶ୍ୱରେ ବ୍ୟାରିକେଡ କରି ଯାତାୟାତ ବନ୍ଦ କରିଥିଲେ। ଗତ ସପ୍ତାହରେ ବିହାରର ଅରାରିଆ, ସିଓ୍ବାନ ଏବଂ ପୂର୍ବ ଚମ୍ପାରନ୍ ଜିଲାରେ ୩ଟି ବ୍ରିଜ୍ ଭୁଶୁଡ଼ିଥିଲା।
ସ୍ଥାନୀୟ ଲୋକଙ୍କ କହିବା କଥା ଯେ ବ୍ରିଜ୍ଟି ମାତ୍ର ୬ ବର୍ଷ ତଳେ ତିଆରି ହୋଇଥିଲା। ନିମ୍ନମାନର କାମ ଯୋଗୁ ଏହାର ପିଲାର୍ ଭୁଶୁଡ଼ି ପଡ଼ିଛି। ଜିଲ୍ଲା ମାଜିଷ୍ଟ୍ରେଟ ତୁଷାର ସିଙ୍ଘଲ କହିଛନ୍ତ, ଉପନଦୀ ମାଡିୟା ଉପରେ ବ୍ରିଜ୍ଟି ୨୦୧୧ ମସିହାରେ ହୋଇଥିଲା।
Powered by Froala Editor