୩୪୫୬ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ଆଉ ୩୪୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୯୭୩ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୪୮୩ ଜଣ ସଂକ୍ରମିତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୧୮, ବାଲେଶ୍ୱରରେ ୧୭୪, ବରଗଡ଼ରେ ୬୯, ଭଦ୍ରକରେ ୧୯୪, ବଲାଙ୍ଗୀରରେ ୨୮, ବୌଦ୍ଧରେ ୨୫, କଟକରେ ୪୮୦, ଦେବଗଡ଼ରେ ୧୧, ଢେଙ୍କାନାଳରେ ୫୭, ଗଜପତିରେ ୧୭, ଗଞ୍ଜାମରେ ୧୯, ଜଗତସିଂହପୁରରେ ୮୧, ଯାଜପୁରରେ ୨୬୭, ଝାରସୁଗୁଡ଼ାରେ ୨୦, କଳାହାଣ୍ଡିରେ ୨୧, କନ୍ଧମାଳରେ ୩୧, କେନ୍ଦ୍ରାପଡ଼ାରେ ୧୪୭, କେନ୍ଦୁଝରରେ ୭୩, ଖୋର୍ଦ୍ଧାରେ ୪୯୯, କୋରାପୁଟରେ ୮୧, ମାଲକାନାଗିରିରେ ୮୨, ମୟୂରଭଞ୍ଜରେ ୧୮୦, ନବରଙ୍ଗପୁରରେ ୪୨, ନୟାଗଡ଼ରେ ୧୨୬, ନୂଆପଡ଼ାରେ ୧୬, ପୁରୀରେ ୨୮୯, ରାୟଗଡ଼ାରେ ୫୬, ସମ୍ବଲପୁରରେ ୩୯, ସୋନପୁରରେ ୪୩, ସୁନ୍ଦରଗଡ଼ରେ ୯୦ଓ ରାଜ୍ୟ ପୁଲରେ ୮୧ ଜଣ ସଂକ୍ରମିତ ହୋଇଛନ୍ତି ।
Powered by Froala Editor