ଭଙ୍ଗା ଯାଉଛି ବବିଙ୍କ ସରକାରୀ କ୍ୱାର୍ଟର୍ସ

ଭୁବନେଶ୍ୱର: ବିଜେଡି ନେତା ପ୍ରଣବ ପ୍ରକାଶ ଦାଶ(ବବି)ଙ୍କ ସରକାରୀ ଘରେ ଭଙ୍ଗା ଚାଲିଛି। କ୍ୱାର୍ଟର୍ସ ପରିସରରେ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ ନିର୍ମାଣକୁ ଭଙ୍ଗାଯାଉଛି। ତେବେ କିଏ କାହିଁକି ଭାଙ୍ଗୁଛି ତାହା ଏଯାଏ ଜଣାପଡିନାହିଁ। ଅଣ୍ଡର ଗ୍ରାଉଣ୍ଡରୁ ଗୋଟିଏ ଏବଂ ଉପରକୁ ୩ ମହଲା କୋଠା ହୋଇଥିଲା। ଯାହାକୁ ଏବେ ଭଙ୍ଗାଯାଉଛି। କେଉଁ ଉଦ୍ଦେଶ୍ୟରେ ଏହାକୁ ପ୍ରଣବ ନିର୍ମାଣ କରିଥିଲେ। ଯଦି କରିଥିଲେ କାହା ଅନୁମତିରେ କରିଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଉ ଏବେ ପ୍ରମାଣ ନଷ୍ଟ କରିବାକୁ ଯାଇ କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଘରକୁ ଭାଙ୍ଗୁଥିବା ନେଇ ଚର୍ଚ୍ଚା ହେଉଛି।
Powered by Froala Editor