ମୂଷା ଭୟରେ ଜେଲ୍ ଛାଡ଼ିବେ କଏଦୀ !
ହିନ୍ଦୁ ଶାସ୍ତ୍ର ଅନୁସାରେ ମୂଷାକୁ ପ୍ରଭୁ ଗଣେଶଙ୍କ ବାହାନ ବୋଲି କୁହାଯାଇଥାଏ । ଏହି ମୂଷାମାନେ ସାଧାରଣତଃ ଚାଷଜମି ତଥା ଘରେ ଦେଖିବାକୁ ମିଳନ୍ତି । ହେଲେ ମୂଷାମାନେ ଜେଲ୍ରେ ଦେଖିବାକୁ ମିଳିଛନ୍ତି । ଏହା ଅବିଶ୍ୱାସ ହେଉଥିଲେ ମଧ୍ୟ ସତ । ସେହି ଭଳି ଏକ ଘଟଣା ଏବେ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି । ମୂଷାଙ୍କ ପାଇଁ ଜେଲ୍ ବିଭାଗକୁ ନାକେଦମ୍ ହେବାକୁ ପଡ଼ିଛି ।
ଘଟଣା ଅନୁସାରେ, ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସ କାରାଗାରର ସିଲିଂ ପ୍ୟାନେଲ ଏବଂ ତାରକୁ ବହୁ ସଂଖ୍ୟାରେ ମୂଷା କାଟିଦେଇଛନ୍ତି, ଯାହାକୁ ନେଇ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ମରାମତି ପାଇଁ ଅଧିକାରୀମାନଙ୍କୁ କୁହାଯାଇଛି ।
ଜେଲ୍ର ପାଖାପାଖି ୨ ଶହ ଷ୍ଟାଫ୍ ଏବଂ ୪୨୦ ଜଣ କଏଦୀଙ୍କୁ ଏହି ଏଥିପାଇଁ ୱିଲିଙ୍ଗ୍ଟନ୍ ସୁଧାର କେନ୍ଦ୍ରକୁ ସ୍ଥାନାନ୍ତର କରାଯିବା ନେଇ ନିଷ୍ପତ୍ତି ହୋଇଛି । କର୍ମଚାରୀ ଏବଂ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ, ନିରାପତ୍ତା ଏବଂ କଲ୍ୟାଣ ଆମର ପ୍ରାଥମିକତା, ତେଣୁ ଗୁରୁତ୍ୱପୂର୍ଣ୍ଣ ଭାବେ ମରାମତି କାର୍ଯ୍ୟ କରିବା ପାଇଁ ବର୍ତ୍ତମାନ ଜରୁରୀ ବୋଲି ସଂଶୋଧନ ସେବା କମିଶନର ପିଟର ସେଭେରିନ କହିଛନ୍ତି ।
Powered by Froala Editor