ନିଟ-ପିଜି ପ୍ରବେଶିକା ପରୀକ୍ଷା ସ୍ଥଗିତ
ରାଷ୍ଟ୍ରୀୟ ପରୀକ୍ଷା ବୋର୍ଡ ଦ୍ୱାରା ଆୟୋଜିତ ହେବାକୁ ଥିବା ନିଟ-ପିଜି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ରବିବାର ଅର୍ଥାତ ୨୩ ତାରିଖରେ ଅନୁଷ୍ଠିତ ହେବାର ଥିଲା। ଖୁବଶୀଘ୍ର ପରୀକ୍ଷାର ନୂତନ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି। ନିଟ୍-ୟୁଜି ଏବଂ ୟୁଜିସି-ଏନଇଟି’ରେ ହୋଇଥିବା ଅନିୟମିତତାକୁ ନେଇ ଦେଶରେ ବଡ ବିବାଦ ଜାରି ରହିଛି। ଏହି କ୍ରମରେ ଡାକ୍ତରୀ ଛାତ୍ରମାନଙ୍କ ପାଇଁ ଜାତୀୟ ପରୀକ୍ଷା ବୋର୍ଡ ଦ୍ୱାରା ପରିଚାଳିତ NEET-PG ପ୍ରକ୍ରିୟାର ସ୍ୱଚ୍ଛତାକୁ ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାପୂର୍ବରୁ ନିଟ-ପିଜି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।
ଶନିବାର NEET ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ କେନ୍ଦ୍ର ସରକାର ଜାତୀୟ ପରୀକ୍ଷା ଆୟୋଜନ ସଂସ୍ଥା (ଏନଟିଏ) ମହାନିର୍ଦ୍ଦେଶକ ସୁବୋଧ କୁମାରଙ୍କୁ ନିଲମ୍ବିତ କରିଥିଲେ। ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ପ୍ରଦିପ ସିଂ ଖରୋଲାଙ୍କୁ ଏନଟିଏ’ର ନୂତନ ମହାନିର୍ଦ୍ଦେଶକ ନିଯୁକ୍ତ କରିଥିଲେ।
ପ୍ରଦୀପ ବର୍ତମାନ ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। ଜଣେ ନିୟମିତ ପଦାଧିକାରୀ କିମ୍ବା ପରବର୍ତ୍ତୀ ନିର୍ଦ୍ଧେଶ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ।
Powered by Froala Editor