ସଜ୍ଜା ସରିବା ଆଗରୁ ମୁକୁଳିବେ ୧୬ କଏଦୀ
ଜେଲ୍ ସଜ୍ଜା ସରିବା ଆଗରୁ ମୁକୁଳିବେ ୧୬ କଏଦୀ। ୩ ଜଣ ବିଶାଖାପାଟଣା ଜେଲରୁ, ବାଲେଶ୍ବର ଓ ବାରିପଦା ଜେଲ୍ରୁ ୨ଜଣ ଲେଖାଏଁ ଏବଂ ଚୌଦ୍ବାର, ବାଣପୁର, ସମ୍ବଲପୁର, ଢେଙ୍କାନାଳ, ପୁରୀ, କୋରାପୁଟ, ବଲାଙ୍ଗୀର, କୋଟପାଡ଼, ଜାମୁଝରୀ ମୁକ୍ତାକାଶ ଜେଲ୍ର ଜଣେ ଲେଖାଏଁ କଏଦୀ ମୁକୁଳିବେ ବୋଲି ଗୃହ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ଉପରୋକ୍ତ ଜେଲ୍ ଗୁଡିକୁ ମଧ୍ୟ ଜଣାଇ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ବିଶାଖାପାଟଣାରେ ସଜା କାଟୁଥିବା ୩ ଜଣ କଏଦୀ ଆନ୍ଧ୍ର ଶ୍ରୀକାକୁଲମ୍ର ବାସିନ୍ଦା। ୧୯୯୨ ମସିହାରେ ସେମାନେ ପାରଳାଖେମୁଣ୍ଡିର ଚିନ୍ତାପଲ୍ଲୀ ଗ୍ରାମରେ ପଶି ଡକାୟତି କରିଥିଲେ। ଲୁଟ୍ପାଟ୍ ପରେ ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ହତ୍ୟା କରିଥିଲେ। ସେହି ବର୍ଷ ତିନିଜଣଙ୍କୁ ଆନ୍ଧ୍ରରୁ ଗିରଫ କରାଯାଇଥିଲା । ୧୯୯୪ ମସିହାରେ ସେମାନଙ୍କୁ ଆଜୀବନ ସଜା ହୋଇଥିଲା। ସେମାନେ ହାଇକୋର୍ଟରେ ଅପିଲ କରିଥିଲେ ମଧ୍ୟ ତଳ କୋର୍ଟର ଆଦେଶ କାଏମ୍ ରହିଥିଲା। ସେବେଠାରୁ ଏହି ତିନିଜଣ ଜେଲ୍ରେ ସଜା କାଟୁଛନ୍ତି। ତେବେ ସେମାନଙ୍କ ଘର ଆନ୍ଧ୍ର ପ୍ରଦେଶ ହୋଇଥିବାରୁ ସେଠାକାର ଜେଲ୍ରେ ରହିବା ପାଇଁ ସେମାନେ ଆବେଦନ କରିଥିଲେ। ୧୯୯୬ ମସିହାରେ ସେମାନଙ୍କୁ ବିଶାଖାପାଟଣା ଜେଲ୍କୁ ସ୍ଥାନାନ୍ତର କରାଯାଇଥିଲା। ଏବେ ସେମାନେ ମୁକୁଳିବାକୁ ସ୍ବୀକୃତି ପାଇଛନ୍ତି।
ଅନ୍ୟ ୧୩ ଜଣଙ୍କ ମଧ୍ୟରେ ମଧ୍ୟ ଏଭଳି ଦୁର୍ଦ୍ଦାନ୍ତ ଅପରାଧୀ ରହିଛନ୍ତି। ହତ୍ୟା, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଏମାନଙ୍କ ନାଁରେ ରହିଛି । ୧୪ ବର୍ଷ ବା ତାଠାରୁ ଅଧିକ ସଜା କାଟି ସାରିବା ପରେ ମୁକୁଳିବା ପାଇଁ ଏମାନେ ଆବେଦନ କରିଥିଲେ । ରାଜ୍ୟ ଦଣ୍ଡ ସମୀକ୍ଷା କମିଟି ଏହି ଆବେଦନକୁ ସ୍ୱୀକୃତି ଦେଇଛି ।
Powered by Froala Editor