ସାରା ଓଡ଼ିଶାକୁ ଛୁଇଁଲା ମୌସୁମୀ: ୫ ଦିନ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି
ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଛି । ରାଜ୍ୟର ୩୦ଟି ଜିଲ୍ଲାକୁ ମୌସୁମୀ ବାୟୁ ଛୁଇଁଛି । ୨୪ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଥିବାବେଳେ ଅନ୍ୟ ୬ଟି ଜିଲ୍ଲାରେ ଆଂଶିକ ଭାବେ ଛୁଇଁଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି।
ଅନ୍ୟପଟେ ଦେଶରେ ଦ୍ରୁତଗତିରେ ଅଗ୍ରସର ହେଉଛି ମୌସୁମୀ । ଯାହା ଫଳରେ ବିଭିନ୍ନ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଜଣାପଡ଼ିଛି । ଉତ୍ତର ପ୍ରଦେଶ, କେରଳ, ତଟବର୍ତ୍ତୀ କର୍ଣ୍ଣାଟକ, ଗୋଆରେ ଆଗମୀ ୫ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଖାପାଖି ୨୦ ରାଜ୍ୟରେ ମୌସୁମୀ ପ୍ରଭାବରୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ମୁଶଳଧାରାରେ ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି ।
ସୂଚନାଯୋଗ୍ୟ, କେରଳରେ ଏହା ମେ’ ମାସ ୩୦ ତାରିଖରେ ସ୍ପର୍ଶ କରିଥିଲା। ଓଡ଼ିଶାରେ ମୌସୁମୀ ବାୟୁ ଗତ ୮ ତାରିଖରେ ଛୁଇଁଥିଲା। ମୌସୁଭୀ ବାୟୁ ସ୍ପର୍ଶ କଲା ପରେ ମାଲକାନଗିରିରେ ପ୍ରବଳ ବର୍ଷା ହୋଇଥିଲା। ୨୪ ଘଣ୍ଟା ମଧ୍ୟରେ ଏଠାରେ ସର୍ବାଧିକ ୫୫.୫ମିମି ବର୍ଷା ରେକର୍ଡ କରାଯାଇଥିଲା।ମୌସୁମୀ ବର୍ଷା ହେବା ପରେ ଗ୍ରୀଷ୍ମରୁ ସାମାନ୍ୟ ଆଶ୍ବସ୍ତି ମିଳିଛି।
Powered by Froala Editor