ଅମରନାଥ ଯାତ୍ରା ବାତିଲ
ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଅମରନାଥ ଯାତ୍ରା ବାତିଲ ହୋଇଛି । କରୋନା ପାଇଁ ଜମ୍ମୁ କାଶ୍ମୀର ପ୍ରଶାସନ ଅମରନାଥ ଯାତ୍ରା ବାତିଲ କରିଛନ୍ତି । ପୂର୍ବରୁ ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଆଂଶିକ ବାତିଲ ହୋଇଥିଲା । ଜୁନ ୨୮ ରୁ ୫୬ ଦିନର ଅମରନାଥ ଯାତ୍ରା ଆରମ୍ଭ ହେବାର ଥିଲା ଏବଂ ଅଗଷ୍ଟ ୨୨ ରକ୍ଷା ବନ୍ଧନ ଦିନ ଯାତ୍ରା ଶେଷ ହୋଇଥାନ୍ତା । ଜମ୍ମୁ କାଶ୍ମୀର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଲୋକମାନଙ୍କ ଜୀବନ ବଞ୍ଚାଇବା ଖୁବ ଗୁରୁତ୍ୱପୂର୍ଣ୍ଣ । ତେଣୁ ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ଯାତ୍ରା ବନ୍ଦ ରହିବ ଏବଂ ଯାତ୍ରା ସାଙ୍କେତିକ ଭାବେ ହେବ । କିନ୍ତୁ ପବିତ୍ର ସ୍ଥଳରେ ସମସ୍ତ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାପାଠ ଚାଲିବ ।
Powered by Froala Editor