ଖୋଲା ଡ୍ରେନରେ ମୁତ୍ୟୁ ଘଟଣା: ଜେଇଙ୍କୁ ନୋଟିସ ଜାରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଖୋଲା ଡ୍ରେନରେ ଭାସିଯାଇ ଜଣେ ନାବାଳକର ମୃତୁ୍ୟ ଘଟଣାରେ ଜେଇଙ୍କୁ ନୋଟିସ ଜାରି କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଜଣେ ଜେଇଙ୍କୁ ସୋ-କୋଜ ନୋଟିସ ଜାରି କରାଯାଇଛି । ଅନ୍ୟପକ୍ଷରେ ମୁକୁଳା ଡ୍ରେନରେ ପଡ଼ି ନାବାଳକର ମୃତୁ୍ୟ ଘଟଣାରେ ବିଏମସି ପକ୍ଷରୁ ମନ୍ତ୍ରୀଙ୍କ ନିଦେ୍ର୍ଧଶକ୍ରମେ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ପ୍ରଦାନ କରାଯାଇଛି । ରାଜଧାନୀରେ କେତେ ଡ୍ରେନ ମୁକୁଳା ଅଛି ଓ କେତେ କାମ ବାକି ଅଛି ସେ ସମ୍ପର୍କିତ ରିପୋର୍ଟ ନଗର ଉନ୍ନୟନ ବିଭାଗକୁ ପ୍ରଦାନ କରାଯାଇଛି । ଗତକାଲି ଘଟଣାସ୍ଥଳ ପରିଦର୍ଶନ କରି ନଗର ଉନ୍ନୟନ ମନ୍ତ୍ରୀ ବିଏମସିକୁ ରିପୋର୍ଟ ମାଗିଥିଲେ । ପ୍ରକାଶ ଯେ ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ୟୁନିଟ-୩ ମସଜିଦ୍ କଲୋନୀରେ ଥିବା ମୁକୁଳା ଡ୍ରେନରେ ପଡ଼ି ନାବାଳକ ଆବୁ ବକର ସାହଙ୍କର ମୃତ୍ୟୁ ଘଟିଥିଲା। ବୁଧବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ଗ୍ରାଉଣ୍ଡ ସ୍ଥରରେ ସ୍ଥିତି ସମୀକ୍ଷା କରିଥିଲେ ନଗର ଉନ୍ନୟନ ମନ୍ତ୍ରୀ। ସମୀକ୍ଷା ପରେ ମନ୍ତ୍ରୀ କହିଥିଲେ, ୟୁନିଟ-୩ ମସଜିଦ୍ କଲୋନୀରେ ଥିବା ମୁକୁଳା ଡ୍ରେନରେ କାହିଁକି ବ୍ୟାରିକେଡ ହୋଇ ନାହିଁ? ଏହାର ଦାୟିତ୍ୱରେ କିଏ ଥିଲେ? ଘଟଣା ତଦନ୍ତ କରି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀ ଆହୁରି କହିଥିଲେ, ଭୁବନେଶ୍ୱରରେ ଆଉ କେତେ ମୁକୁଳା ଡ୍ରେନରେ ବ୍ୟାରିକେଡ ହୋଇନାହିଁ? କେତେ ଡ୍ରେନର ସ୍ଲାପ ପଡ଼ିବା ବାକି ଅଛି? ତାହାର ସମୀକ୍ଷା କରି ରିପୋର୍ଟ ଦେବାକୁ କୁହାଯାଇଛି। ସପ୍ତାହେ ଭିତରେ ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ। ୩ ଦିନ ଭିତରେ ବାକିଥିବା ସବୁ ଡ୍ରେନ୍ କଭର୍ ହେବ ବୋଲି ମନ୍ତ୍ରୀ କହିଥିଲେ।ଏଥିସହ ମୃତ ନାବାଳକର ପରିବାରକୁ ଭେଟି ସମବେଦନା ଜଣାଇଥିଲେନଗର ଉନ୍ନୟନ ମନ୍ତ୍ରୀ।
Powered by Froala Editor