ଆଜି ଘୋଷଣା ହେବ ବିଧାନସଭା ବାଚସ୍ପତିଙ୍କ ନାମ

ଭୁବନେଶ୍ଵର: ରଣପୁରର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ହେବେ ପରବର୍ତ୍ତୀ ବାଚସ୍ପତି। ଗତକାଲି ବିଜେପିରୁ ସୁରମା ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବା ପରେ , ସେ ହିଁ ବାଚସ୍ପତି ହୋଇଥିବା ନେଇ ସ୍ପଷ୍ଟ ହୋଇଛି । ଚଳିତ ବିଧାନସଭା ର ଆଜି ହେଉଛି ତୃତୀୟ ଦିନ। ୩ ଦିନିଆ ସ୍ଵତନ୍ତ୍ର ଅଧିବେସନରେ ବିଧାୟକମାନେ ଶପଥ ନେଇଛନ୍ତି। ଆଜି ବାଚସ୍ପତି ନିର୍ବାଚନ ରହିଛି। ଆଜି ଅନ୍ତିମ ଦିନରେ ବିଧିବଦ୍ଧ ଭାବେ ବିଧାନସଭା ବାଚସ୍ପତିଙ୍କ ନାଁ ଘୋଷଣା ହେବ।
Powered by Froala Editor