ଦେଶରେ ୫୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ
ଭୁବନେଶ୍ୱର : କରୋନା ସଂକ୍ରମଣ ଧିରେଧିରେ ହ୍ରାସ ପାଇବାରେ ଲାଗିଛି । ଏକଦା ଦୈନିକ ତିନି ଚାରି ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଏବେ ତାହା ୫୦ ହଜାର ତଳକୁ ଖସିଆସିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୪୨୬୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପ୍ରେଲ ୧୪ ପରେ ଏହା ସର୍ବନିମ୍ନ ବୋଲି କୁହାଯାଉଛି ।
କରୋନା ଆରମ୍ଭ ହେବା ଠାରୁ ଏଯାବତ ଦେଶରେ ୨ କୋଟି ୯୯ ଲକ୍ଷ ୭୭ ହଜାର ୮୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେତେବେଳେକି କରୋନାରେ ୩ ଲକ୍ଷ ୮୯ ହଜାର ୩୦୨ ଜଣଙ୍କର ମୃତୁ୍ୟ ଘଟିଛି । ଅପରପକ୍ଷରେ ଦେଶରେ ୨ କୋଟି ୮୯ ଲକ୍ଷ ୨୬ ହଜାର ୩୮ ଜଣ ସୁସ୍ଥ ହୋଇସାରିଛନ୍ତି । କରୋନା ସଂକ୍ରମଣ ଦୂର ପାଇଁ ସାରା ଦେଶରେ ଟିକାଦାନ ବ୍ୟାପକ କରାଯାଇଛି । ଗତକାଲି ଗୋଟିଏ ଦିନରେ ୮୦ ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି ।
ରାଜ୍ୟରେ କରୋନାରେ ଆଉ ୩୮ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ କରୋନାଜନିତ ମୃତୁ୍ୟ ସଂଖ୍ୟା ୩୬୭୧ରେ ପହଁଚିଛି । ଏଯାବତ ରାଜ୍ୟରେ ୮ ଲକ୍ଷ ୮୩ ହଜାର ୪୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮ ଲକ୍ଷ ୪୪ ହଜାର ୮୦୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମ୍ପ୍ରତି ୩୪୯୬୫ ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ରାଜ୍ୟରେ ଆଉ ୨୯୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୬୯୮ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୨୫୯ ଜଣ ସଂକ୍ରମିତ ହୋଇଛନ୍ତି ।
Powered by Froala Editor