Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 10, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଟ୍ରମ୍ପଙ୍କୁ ମିଳିଲାନି ନୋବେଲ ଶାନ୍ତି ...

  • ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ

  • ୧୧ରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ...

  • ହଙ୍ଗେରିରେ ଲେଖକ ଲାସଲୋଙ୍କୁ ସାହିତ୍ୟରେ ...

  • ଆଇପିଏସ ଅଧିକାରୀଙ୍କ ଆତ୍ମହତ୍ୟା ନୋଟରେ ...

  • ଶାହରୁଖଙ୍କୁ ହାଇକୋର୍ଟଙ୍କ ସମନ

  • ସର୍ବୋଚ୍ଚ ସ୍ତରରେ ସୁନା, ୩ ଦିନରେ ବଢ଼ିଲାଣି ...

  • ୟୁକେ ମାର୍ଟଲେଟ୍ ମିସାଇଲ୍ କିଣିବ ଭାରତ : ...

  • ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା, ...

  • ଗିରଫ ହେଲେ କଫ୍‍ ସିରଫ୍‍ କମ୍ପାନୀ ମାଲିକ

ରାଜ୍ୟ
Home ›› ରାଜ୍ୟ ››ଦୁର୍ଘଟଣା ରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ନିଜ ହାତରେ ପାଣି ପିଆଇ ଅଧର୍ଯ୍ୟ ନ ହେବା ପାଇଁ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଦୁର୍ଘଟଣା ରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ନିଜ ହାତରେ ପାଣି ପିଆଇ ଅଧର୍ଯ୍ୟ ନ ହେବା ପାଇଁ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

2024-06-16 17:06:26
15308
Share:
Facebook
Twitter
E-Mail
WhatsApp
Telegram
ଦୁର୍ଘଟଣା ରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ନିଜ ହାତରେ ପାଣି ପିଆଇ ଅଧର୍ଯ୍ୟ ନ ହେବା ପାଇଁ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର - ସମୟ ଥିଲା ଅପରାହ୍ନ। ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁ ଥାଆନ୍ତି। ତାଙ୍କ ଭିତରେ ଥିଲେ କିଛି ଛଟେଇ କମ୍ପ୍ୟୁଟର ଶିକ୍ଷକ। ସେମାନଙ୍କ ଭିତରେ ଜଣେ ଥିଲେ ଅର୍ଜୁନ ନାୟକ। ଅର୍ଜୁନଙ୍କର ଗୋଟିଏ ଗୋଡ ନ ଥିଲା। ଦୁର୍ଘଟଣାରେ ସେ ଗୋଟିଏ ଗୋଡ ହରାଇ ଥିଲେ। ତାଙ୍କୁ ଦେଖି ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କଲେ। ତାଙ୍କ ସମସ୍ୟା ବିଷୟରେ ଶୁଣିଲେ। ତାଙ୍କୁ ନିଜ ହାତରେ ମୁଖ୍ୟମନ୍ତ୍ରୀ ପାଣି ପିଆଇ ଅଧର୍ଯ୍ୟ ନ ହେବା ପାଇଁ ଶାନ୍ତ୍ବନା ଦେଲେ । ଅର୍ଜୁନ ନିଜ ଆଖିକୁ ବିଶ୍ବାସ କରି ପାରିଲେ ନାହିଁ। ତାଙ୍କ ଆଖିରୁ ଝରି ପଡୁଥାଏ ଅନନ୍ଦାଶ୍ରୁ। ଆଶା, ବିଶ୍ବାସ ଓ ଭରସା ନେଇ ସେ ଫେରିଲେ।


ଗତ ୫ ଦିନ ଧରି ଏହିପରି ଅନେକ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି। ଖୁସି, ଆନନ୍ଦ, ବିଶ୍ବାସ ଓ ଭରସା ନେଇ ଫେରୁଛନ୍ତି।


ଗତ ଜୁନ ୧୨ ତାରିଖରେ ଦାୟିତ୍ଵ ନେବା ପରଠାରୁ ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲଗାତର ଭାବେ ସାଧାରଣ ଲୋକଙ୍କ ସହ ମିଶୁଛନ୍ତି ।


 ନିଜ ବାସଗୃହଠାରୁ ଆରମ୍ଭ କରି ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯାଳୟ ପର୍ଯ୍ଯନ୍ତ ସବୁଠାରେ ସାଧାରଣ ଲୋକଙ୍କୁ ମୁଖ୍ଯମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ମିଳୁଛି ।

 ମୁଖ୍ଯମନ୍ତ୍ରୀଙ୍କୁ ଭେଟିବା ପାଇଁ କୌଣସିଠାରେ ସାଧାରଣ ଲୋକଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ ।


 ୧୨ ତାରିଖରୁ ଆଜି ସୁଦ୍ଧା ରାଜ୍ଯର ବିଭିନ୍ନ ପ୍ରାନ୍ତରୁ ଆସି ପ୍ରାୟ ୧ ଲକ୍ଷ ମହିଳା, ଛୋଟପିଲା ଏବଂ  ସାଧାରଣ ଲୋକ ମୁଖ୍ଯମନ୍ତ୍ରୀଙ୍କୁ ଭେଟିଲେଣି । 



ମୁଖ୍ଯମନ୍ତ୍ରୀଙ୍କୁ ଭେଟି ସାଧାରଣ ଲୋକଟିଏ ଅନୁଭବ କରୁଛି ଯେ ମୁଖ୍ଯମନ୍ତ୍ରୀ ମଧ୍ଯ ଆମ ଭିତରୁ ଜଣେ । ନାଁ ଅଛି ତାଙ୍କ ପାଖରେ କ୍ଷମତାର ଚାକଚକ୍ଯ ନାଁ ଅଛି ସରକାରୀ ଆଦବ କାଇଦା l 


ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏ ହେଉଛନ୍ତି ଲୋକଙ୍କ ମୁଖ୍ଯମନ୍ତ୍ରୀ ।


ପୂର୍ବ ସରକାରରେ ଜଣେ ସାଧାରଣ ଲୋକ ସରକାରଙ୍କ ଏତେ ନିକଟତର ହେବା ସ୍ଵପ୍ନ ଥିଲା । ଆଜି ମୋହନ ମାଝୀଙ୍କ ସରକାରରେ ସାଧାରଣ ଲୋକଟିଏ ମୁଖ୍ଯମନ୍ତ୍ରୀଙ୍କ ନିକଟତର ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇ ପାରୁଛି କିମ୍ବା ତା'ର ସମସ୍ଯା ବିଷୟରେ କହି ପାରୁଛି । ଘରେ, ବାହାରେ, ବିଭିନ୍ନ କାର୍ଯ୍ୟକ୍ରମରେ ସବୁଠି ଭେଟି ପାରୁଛନ୍ତି ଲୋକମାନେ।


ସେଥିପାଇଁ ସେମାନଙ୍କ ମନ ଭିତରେ ଅପାର ଆନନ୍ଦ ଓ ଆତ୍ମତୃପ୍ତି ପରିଲକ୍ଷିତ ହେଉଛି । 


ଆଜି ପର୍ଯ୍ଯନ୍ତ କେହି ଜଣେ ବି ହେଲେ ମୁଖ୍ଯମନ୍ତ୍ରୀଙ୍କୁ ନ ଭେଟି ନିରାଶ ହୋଇ ଯାଇ ନାହାନ୍ତି, ସମସ୍ତେ ଶୃଙ୍ଖଳିତ ଭାବେ ଧାଡିରେ ଆସି ମୁଖ୍ଯମନ୍ତ୍ରୀଙ୍କୁ  ଭେଟୁଛନ୍ତି ଓ ଦୁଇପଦ କଥା ହେଉଛନ୍ତି ।



ମୁଖ୍ଯମନ୍ତ୍ରୀ ଭାବେ ବ୍ଯସ୍ତବହୁଳ ସରକାରୀ କାର୍ଯ୍ଯକ୍ରମ ତଥା ସରକାରୀ ଅଧିକାରୀମାନଙ୍କୁ ଭେଟିବା ଭିତରେ ମଧ୍ଯ ଲୋକଙ୍କ ପାଇଁ ତାଙ୍କ ପାଖରେ ପର୍ଯ୍ଯାପ୍ତ ସମୟ ଅଛି ।


 ସାଧାରଣ ଲୋକଟେ ଆସି ମୁଖ୍ଯମନ୍ତ୍ରୀଙ୍କ ସହ କଥା ହେଉଛନ୍ତି, ଫଟୋ ଉଠାଉଛନ୍ତି, ସେଲଫି ନେଇ ପାରୁଛନ୍ତି ।


ସାଧାରଣ ଜନତା ଓ ସରକାରଙ୍କ ମଧ୍ୟରେ ଥିବା ଦୂରତା ହଟି ଯାଇଛି।


ସାଧାରଣ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀ ଯେତେ ସହଜରେ ମିଶୁଛନ୍ତି, ସେଥିରୁ ସେ ପ୍ରମାଣ କରୁଛନ୍ତି ଯେ ସେ ହେଉଛନ୍ତି ପ୍ରକୃତରେ ତାଙ୍କ ସରକାର ହେଉଛି ଲୋକଙ୍କ  ସରକାର।   


କେବଳ ସାଧାରଣ ଲୋକ ନୁହେଁ, ଗଣମାଧ୍ଯମ ପ୍ରତିନିଧୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ତଥା ସଦସ୍ଯ, ଭିନ୍ନକ୍ଷମ ସମସ୍ତେ ଆସି ମୁଖ୍ଯମନ୍ତ୍ରୀଙ୍କୁ ଆସି ଭେଟୁଛନ୍ତି, ସମସ୍ତେ  ବୋଧେ ଚାହୁଁଥିଲେ ଏପରି ପରିବର୍ତ୍ତନ ।



ସମସ୍ତଙ୍କର ବୋଧେ ଆବଶ୍ଯକତା ଥିଲା ଏପରି ଜଣେ ମୁଖ୍ଯମନ୍ତ୍ରୀଙ୍କର ଯେକି ଲୋକଙ୍କ ସୁଖଦୁଃଖର ହୋଇଥିବେ,  ଲୋକଙ୍କ ସହ ମିଶୁଥିବେ ।


ଲୋକଙ୍କ ଏହି ଭଲପାଇବା ବିଷୟରେ ଗଣମାଧ୍ଯମରେ ପ୍ରତିକ୍ରିୟା ରଖି ମୁଖ୍ଯମନ୍ତ୍ରୀ କହିଲେ ଯେ ଗତ ୨୪ ବର୍ଷ ଭିତରେ ଲୋକମାନେ ସେମାନଙ୍କ ସୁବିଧା ଅସୁବିଧା ସରକାରଙ୍କୁ ଜଣାଇବାକୁ ସୁଯୋଗ ପାଉନଥିଲେ । ସେମାନଙ୍କୁ ଯେଉଁ ନାୟ ମିଳିବା କଥା ତାହା ମିଳୁ ନଥିଲା । ମୁଁ ଗୋଟିଏ ସାଧାରଣ ପରିବାରରୁ ଆସି ମୁଖ୍ଯମନ୍ତ୍ରୀ ହୋଇଛି । ତଳ ସ୍ତରର ସମସ୍ଯା କଣ ରହିଛି ସେ ବିଷୟରେ ଭଲ ଭାବରେ ଜାଣିଛି । ଲୋକଙ୍କ ସହ ଭଲରେ ମିଶିଲେ ଯାଇ ତଳ ସ୍ତରର  ସମସ୍ଯାର ସମାଧାନ ପାଇଁ ବାଟ ଫିଟିବ ।  ତେଣୁ ଲୋକମାନେ ତାଙ୍କ ସ୍ଵଇଚ୍ଛାରେ ମୁଖ୍ଯମନ୍ତ୍ରୀଙ୍କୁ ଭେଟିବା ପାଇଁ ଆସୁଛନ୍ତି । ଲୋକମାନେ ବିକାଶ ଚାହୁଁ ଥିଲେ, ସେବା ଚାହୁଁ ଥିଲେ, ତେଣୁ ସେମାନେ ପରିବର୍ତ୍ତନ ଆଣିଲେ । ଏ ସରକାର ହେଉଛି ଲୋକଙ୍କ ସରକାର, ମୁଖ୍ଯମନ୍ତ୍ରୀ ମଧ୍ଯ ଲୋକଙ୍କ ମୁଖ୍ଯମନ୍ତ୍ରୀ । ଏବେ ଲୋକମାନେ ଚାହୁଁଛନ୍ତି ମୁଖ୍ଯମନ୍ତ୍ରୀ ଆମର, ମୁଖ୍ଯମନ୍ତ୍ରୀ ଆମକୁ ଦେଖାଦେବା ଦରକାର । ଲୋକମାନେ ଏଠାକୁ ଆସୁଛନ୍ତି ମୁଖ୍ଯମନ୍ତ୍ରୀଙ୍କୁ ଟିକେ ଭେଟିବା, କଥା ହେବା ଓ ଗୋଟେ ନୂଆ ଓଡିଶା ଗଢିବାର ଆଶା ନେଇ । ଲୋକମାନଙ୍କ ସହଯୋଗରେ ଆଗାମୀ ୫ ବର୍ଷ ମଧ୍ଯରେ ଲୋକଙ୍କ ୫୦ ବର୍ଷର ସମସ୍ଯାର ସମାଧାନ ସହିତ ସେମାନଙ୍କ ବିକାଶର ସ୍ଵପ୍ନ ମଧ୍ଯ ନିଶ୍ଚିତ ରୂପେ ପୂରଣ ହେବ ବୋଲି ମୁଖ୍ଯମନ୍ତ୍ରୀ ଦୃଢତାର ସହ କହିଛନ୍ତି ।


ପ୍ରତ୍ଯେକ ସଭା, ସମିତି ଓ କାର୍ଯ୍ଯକ୍ରମରେ ଓଡିଆ ଅସ୍ମିତା, ପରମ୍ପରା ଓ ସଂସ୍କୃତିକୁ ଅଧିକ ଗୁରୁତ୍ଵ ଦେଉଛନ୍ତି । ଜଣେ ଖାଣ୍ଟି ଓଡିଆଭାବେ ତାଙ୍କ ମନରେ ରହିଛି ଓଡିଆ ଅସ୍ମିତା ଓ ସଂସ୍କୃତି ପ୍ରତି ଅନେକ ସ୍ଵାଭିମାନ। ଏସବୁ ଦେଖି ସାଧାରଣ ଲୋକଟିଏ ଆଜି କହୁଛି ଏତେ ଦିନ ପରେ ଆମେ ଆମ ଭିତରୁ ଜଣେ ସାଧାରଣ ଲୋକଙ୍କୁ ଆମ ମୁଖ୍ଯମନ୍ତ୍ରୀ ଭାବେ ପାଇଛୁ ।

Powered by Froala Editor

Tags Chief minister, Mohan Charan Majhi

Related articles Odisha News Lens 4.1

  • ହଙ୍ଗେରିରେ ଲେଖକ ଲାସଲୋଙ୍କୁ ସାହିତ୍ୟରେ ନୋବେଲ
    ଦେଶ-ଦେଶାନ୍ତର

    ହଙ୍ଗେରିରେ ଲେଖକ ଲାସଲୋଙ୍କୁ ସାହିତ୍ୟରେ ନୋବେଲ

    14294
    Oct 09, 2025
  • ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ
    ଦେଶ-ଦେଶାନ୍ତର

    ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ

    15261
    Oct 10, 2025
  • ଟ୍ରମ୍ପଙ୍କୁ ମିଳିଲାନି ନୋବେଲ ଶାନ୍ତି ପୁରସ୍କାର, ୨୦୨୬କୁ ରଖିଲେ ଆଶା
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କୁ ମିଳିଲାନି ନୋବେଲ ଶାନ୍ତି ପୁରସ୍କାର, ୨୦୨୬କୁ ରଖିଲେ ଆଶା

    14613
    Oct 10, 2025
  • ଶାହରୁଖଙ୍କୁ ହାଇକୋର୍ଟଙ୍କ ସମନ
    ଦେଶ-ଦେଶାନ୍ତର

    ଶାହରୁଖଙ୍କୁ ହାଇକୋର୍ଟଙ୍କ ସମନ

    14549
    Oct 09, 2025
  • ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା, ସମ୍ପର୍କୀୟ ଭାଇ ଗିରଫ
    ଦେଶ-ଦେଶାନ୍ତର

    ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା, ସମ୍ପର୍କୀୟ ଭାଇ ଗିରଫ

    13961
    Oct 09, 2025
  • ସର୍ବୋଚ୍ଚ ସ୍ତରରେ ସୁନା, ୩ ଦିନରେ ବଢ଼ିଲାଣି ୪,୫୦୦ ଟଙ୍କା
    ଦେଶ-ଦେଶାନ୍ତର

    ସର୍ବୋଚ୍ଚ ସ୍ତରରେ ସୁନା, ୩ ଦିନରେ ବଢ଼ିଲାଣି ୪,୫୦୦ ଟଙ୍କା

    15215
    Oct 09, 2025
  • ୧୧ରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ ମୋଦୀ
    ଦେଶ-ଦେଶାନ୍ତର

    ୧୧ରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ ମୋଦୀ

    13910
    Oct 10, 2025
  • ଆଇପିଏସ ଅଧିକାରୀଙ୍କ ଆତ୍ମହତ୍ୟା ନୋଟରେ ବରିଷ୍ଠ ଅଧିକାରୀଙ୍କ ନାଁ
    ଦେଶ-ଦେଶାନ୍ତର

    ଆଇପିଏସ ଅଧିକାରୀଙ୍କ ଆତ୍ମହତ୍ୟା ନୋଟରେ ବରିଷ୍ଠ ଅଧିକାରୀଙ୍କ ନାଁ

    14399
    Oct 09, 2025
  • ୟୁକେ ମାର୍ଟଲେଟ୍ ମିସାଇଲ୍ କିଣିବ ଭାରତ : ୪୬୮ ବିଲିଅନ ଡଲାରର ପ୍ରତିରକ୍ଷା ଚୁକ୍ତି
    ଦେଶ-ଦେଶାନ୍ତର

    ୟୁକେ ମାର୍ଟଲେଟ୍ ମିସାଇଲ୍ କିଣିବ ଭାରତ : ୪୬୮ ବିଲିଅନ ଡଲାରର ପ୍ରତିରକ୍ଷା ଚୁକ୍ତି

    14683
    Oct 09, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଶାହରୁଖଙ୍କୁ ହାଇକୋର୍ଟଙ୍କ ସମନ

    14549
    Oct 09, 2025
  • ଦେଶ-ଦେଶାନ୍ତର

    ସର୍ବୋଚ୍ଚ ସ୍ତରରେ ସୁନା, ୩ ଦିନରେ ବଢ଼ିଲାଣି ୪,୫୦୦ ଟଙ୍କା

    15215
    Oct 09, 2025
  • ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କୁ ମିଳିଲାନି ନୋବେଲ ଶାନ୍ତି ପୁରସ୍କାର, ୨୦୨୬କୁ ରଖିଲେ ଆଶା

    14613
    Oct 10, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16771
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16869
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17230
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15685
    Apr 03, 2021

ବିଶେଷ

  • ଏହି ବୟସରେ ମିହଳାମାନେ ହୋଇଥାନ୍ତି ଶକ୍ତିଶାଳୀ

    15639
    Oct 09, 2025
  • ସବୁବେଳେ ମୁଣ୍ଡବିନ୍ଧା ହେଉଥିଲେ କରନ୍ତୁ ଏହା....

    13627
    Oct 09, 2025
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    14192
    Oct 08, 2025
  • ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ

    14253
    Oct 06, 2025
  • ଭଗବାନଙ୍କୁ ହାତ ଯୋଡ଼ି ବାହାରିଲେ ସବୁ କାମ ହୋଇଥାଏ ଶୁଭ

    15292
    Oct 06, 2025

ବାଣିଜ୍ୟ

ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

ଭୁବନେଶ୍ୱର : ଭାରତୀୟମାନେ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧି ଏବଂ ପରିବେଶଗତ ଚାପ ଠାରୁ ନେଇ ତ୍ୱଚାର ଅସମାନ ରଙ୍ଗ ଏବଂ ଗଠନ ବିଷୟ ଜନିତ ଚିନ୍ତାକୁ ନେଇ ଘାରି ହେଉଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବ ...

  • ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

    14262
    Sep 19, 2025
  • ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

    14059
    Sep 16, 2025
  • ଶସ୍ତା ହେଲା ସୁନା

    14389
    Sep 04, 2025
  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14959
    Sep 03, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହଙ୍ଗେରିରେ ଲେଖକ ଲାସଲୋଙ୍କୁ ସାହିତ୍ୟରେ ନୋବେଲ

    14294
    Oct 09, 2025
  • ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା, ସମ୍ପର୍କୀୟ ଭାଇ ଗିରଫ

    13961
    Oct 09, 2025
  • ଟ୍ରମ୍ପଙ୍କୁ ମିଳିଲାନି ନୋବେଲ ଶାନ୍ତି ପୁରସ୍କାର, ୨୦୨୬କୁ ରଖିଲେ ଆଶା

    14613
    Oct 10, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In