Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, May 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ହିନ୍ଦୁ ସଂପ୍ରଦାୟ ମଧ୍ୟରେ ଦୃଢ ଏକତା ...

  • ଆଣ୍ଠୁମାଡ଼ି ହାତ ଯୋଡି ପ୍ରଣାମ କଲେ ମୋଦୀ

  • ପଶ୍ଚିମବଙ୍ଗ ଇତିହାସରେ ଯୋଡି ହେଲା ନୂଆ ...

  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ...

  • ଇସିଙ୍କ ୱେବ୍‌ସାଇଟ୍‌ ହ୍ୟାକ୍‌ କରିବାକୁ ...

  • ଆଜୀବନ କାରାଦଣ୍ଡାଦେଶ କଏଦୀଙ୍କୁ ବିବାହ ...

  • ରାଜ୍ୟ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ, ...

  • ତରଭୁଜ ନମୁନାରେ ମୂଷା ମରା ବିଷ

  • ନିଶାନ୍ତଙ୍କ ସମେତ ଶପଥ ନେଲେ ୩୨ ମନ୍ତ୍ରୀ

  • ତାମିଲନାଡୁରେ ସରକାର ଗଠନ ପ୍ରସଙ୍ଗ ଜଟିଳ, ...

ରାଜ୍ୟ
Home ›› ରାଜ୍ୟ ››ଦୁର୍ଘଟଣା ରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ନିଜ ହାତରେ ପାଣି ପିଆଇ ଅଧର୍ଯ୍ୟ ନ ହେବା ପାଇଁ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଦୁର୍ଘଟଣା ରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ନିଜ ହାତରେ ପାଣି ପିଆଇ ଅଧର୍ଯ୍ୟ ନ ହେବା ପାଇଁ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

2024-06-16 17:06:26
15357
Share:
Facebook
Twitter
E-Mail
WhatsApp
Telegram
ଦୁର୍ଘଟଣା ରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ନିଜ ହାତରେ ପାଣି ପିଆଇ ଅଧର୍ଯ୍ୟ ନ ହେବା ପାଇଁ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର - ସମୟ ଥିଲା ଅପରାହ୍ନ। ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁ ଥାଆନ୍ତି। ତାଙ୍କ ଭିତରେ ଥିଲେ କିଛି ଛଟେଇ କମ୍ପ୍ୟୁଟର ଶିକ୍ଷକ। ସେମାନଙ୍କ ଭିତରେ ଜଣେ ଥିଲେ ଅର୍ଜୁନ ନାୟକ। ଅର୍ଜୁନଙ୍କର ଗୋଟିଏ ଗୋଡ ନ ଥିଲା। ଦୁର୍ଘଟଣାରେ ସେ ଗୋଟିଏ ଗୋଡ ହରାଇ ଥିଲେ। ତାଙ୍କୁ ଦେଖି ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କଲେ। ତାଙ୍କ ସମସ୍ୟା ବିଷୟରେ ଶୁଣିଲେ। ତାଙ୍କୁ ନିଜ ହାତରେ ମୁଖ୍ୟମନ୍ତ୍ରୀ ପାଣି ପିଆଇ ଅଧର୍ଯ୍ୟ ନ ହେବା ପାଇଁ ଶାନ୍ତ୍ବନା ଦେଲେ । ଅର୍ଜୁନ ନିଜ ଆଖିକୁ ବିଶ୍ବାସ କରି ପାରିଲେ ନାହିଁ। ତାଙ୍କ ଆଖିରୁ ଝରି ପଡୁଥାଏ ଅନନ୍ଦାଶ୍ରୁ। ଆଶା, ବିଶ୍ବାସ ଓ ଭରସା ନେଇ ସେ ଫେରିଲେ।


ଗତ ୫ ଦିନ ଧରି ଏହିପରି ଅନେକ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି। ଖୁସି, ଆନନ୍ଦ, ବିଶ୍ବାସ ଓ ଭରସା ନେଇ ଫେରୁଛନ୍ତି।


ଗତ ଜୁନ ୧୨ ତାରିଖରେ ଦାୟିତ୍ଵ ନେବା ପରଠାରୁ ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲଗାତର ଭାବେ ସାଧାରଣ ଲୋକଙ୍କ ସହ ମିଶୁଛନ୍ତି ।


 ନିଜ ବାସଗୃହଠାରୁ ଆରମ୍ଭ କରି ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯାଳୟ ପର୍ଯ୍ଯନ୍ତ ସବୁଠାରେ ସାଧାରଣ ଲୋକଙ୍କୁ ମୁଖ୍ଯମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ମିଳୁଛି ।

 ମୁଖ୍ଯମନ୍ତ୍ରୀଙ୍କୁ ଭେଟିବା ପାଇଁ କୌଣସିଠାରେ ସାଧାରଣ ଲୋକଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ ।


 ୧୨ ତାରିଖରୁ ଆଜି ସୁଦ୍ଧା ରାଜ୍ଯର ବିଭିନ୍ନ ପ୍ରାନ୍ତରୁ ଆସି ପ୍ରାୟ ୧ ଲକ୍ଷ ମହିଳା, ଛୋଟପିଲା ଏବଂ  ସାଧାରଣ ଲୋକ ମୁଖ୍ଯମନ୍ତ୍ରୀଙ୍କୁ ଭେଟିଲେଣି । 



ମୁଖ୍ଯମନ୍ତ୍ରୀଙ୍କୁ ଭେଟି ସାଧାରଣ ଲୋକଟିଏ ଅନୁଭବ କରୁଛି ଯେ ମୁଖ୍ଯମନ୍ତ୍ରୀ ମଧ୍ଯ ଆମ ଭିତରୁ ଜଣେ । ନାଁ ଅଛି ତାଙ୍କ ପାଖରେ କ୍ଷମତାର ଚାକଚକ୍ଯ ନାଁ ଅଛି ସରକାରୀ ଆଦବ କାଇଦା l 


ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏ ହେଉଛନ୍ତି ଲୋକଙ୍କ ମୁଖ୍ଯମନ୍ତ୍ରୀ ।


ପୂର୍ବ ସରକାରରେ ଜଣେ ସାଧାରଣ ଲୋକ ସରକାରଙ୍କ ଏତେ ନିକଟତର ହେବା ସ୍ଵପ୍ନ ଥିଲା । ଆଜି ମୋହନ ମାଝୀଙ୍କ ସରକାରରେ ସାଧାରଣ ଲୋକଟିଏ ମୁଖ୍ଯମନ୍ତ୍ରୀଙ୍କ ନିକଟତର ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇ ପାରୁଛି କିମ୍ବା ତା'ର ସମସ୍ଯା ବିଷୟରେ କହି ପାରୁଛି । ଘରେ, ବାହାରେ, ବିଭିନ୍ନ କାର୍ଯ୍ୟକ୍ରମରେ ସବୁଠି ଭେଟି ପାରୁଛନ୍ତି ଲୋକମାନେ।


ସେଥିପାଇଁ ସେମାନଙ୍କ ମନ ଭିତରେ ଅପାର ଆନନ୍ଦ ଓ ଆତ୍ମତୃପ୍ତି ପରିଲକ୍ଷିତ ହେଉଛି । 


ଆଜି ପର୍ଯ୍ଯନ୍ତ କେହି ଜଣେ ବି ହେଲେ ମୁଖ୍ଯମନ୍ତ୍ରୀଙ୍କୁ ନ ଭେଟି ନିରାଶ ହୋଇ ଯାଇ ନାହାନ୍ତି, ସମସ୍ତେ ଶୃଙ୍ଖଳିତ ଭାବେ ଧାଡିରେ ଆସି ମୁଖ୍ଯମନ୍ତ୍ରୀଙ୍କୁ  ଭେଟୁଛନ୍ତି ଓ ଦୁଇପଦ କଥା ହେଉଛନ୍ତି ।



ମୁଖ୍ଯମନ୍ତ୍ରୀ ଭାବେ ବ୍ଯସ୍ତବହୁଳ ସରକାରୀ କାର୍ଯ୍ଯକ୍ରମ ତଥା ସରକାରୀ ଅଧିକାରୀମାନଙ୍କୁ ଭେଟିବା ଭିତରେ ମଧ୍ଯ ଲୋକଙ୍କ ପାଇଁ ତାଙ୍କ ପାଖରେ ପର୍ଯ୍ଯାପ୍ତ ସମୟ ଅଛି ।


 ସାଧାରଣ ଲୋକଟେ ଆସି ମୁଖ୍ଯମନ୍ତ୍ରୀଙ୍କ ସହ କଥା ହେଉଛନ୍ତି, ଫଟୋ ଉଠାଉଛନ୍ତି, ସେଲଫି ନେଇ ପାରୁଛନ୍ତି ।


ସାଧାରଣ ଜନତା ଓ ସରକାରଙ୍କ ମଧ୍ୟରେ ଥିବା ଦୂରତା ହଟି ଯାଇଛି।


ସାଧାରଣ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀ ଯେତେ ସହଜରେ ମିଶୁଛନ୍ତି, ସେଥିରୁ ସେ ପ୍ରମାଣ କରୁଛନ୍ତି ଯେ ସେ ହେଉଛନ୍ତି ପ୍ରକୃତରେ ତାଙ୍କ ସରକାର ହେଉଛି ଲୋକଙ୍କ  ସରକାର।   


କେବଳ ସାଧାରଣ ଲୋକ ନୁହେଁ, ଗଣମାଧ୍ଯମ ପ୍ରତିନିଧୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ତଥା ସଦସ୍ଯ, ଭିନ୍ନକ୍ଷମ ସମସ୍ତେ ଆସି ମୁଖ୍ଯମନ୍ତ୍ରୀଙ୍କୁ ଆସି ଭେଟୁଛନ୍ତି, ସମସ୍ତେ  ବୋଧେ ଚାହୁଁଥିଲେ ଏପରି ପରିବର୍ତ୍ତନ ।



ସମସ୍ତଙ୍କର ବୋଧେ ଆବଶ୍ଯକତା ଥିଲା ଏପରି ଜଣେ ମୁଖ୍ଯମନ୍ତ୍ରୀଙ୍କର ଯେକି ଲୋକଙ୍କ ସୁଖଦୁଃଖର ହୋଇଥିବେ,  ଲୋକଙ୍କ ସହ ମିଶୁଥିବେ ।


ଲୋକଙ୍କ ଏହି ଭଲପାଇବା ବିଷୟରେ ଗଣମାଧ୍ଯମରେ ପ୍ରତିକ୍ରିୟା ରଖି ମୁଖ୍ଯମନ୍ତ୍ରୀ କହିଲେ ଯେ ଗତ ୨୪ ବର୍ଷ ଭିତରେ ଲୋକମାନେ ସେମାନଙ୍କ ସୁବିଧା ଅସୁବିଧା ସରକାରଙ୍କୁ ଜଣାଇବାକୁ ସୁଯୋଗ ପାଉନଥିଲେ । ସେମାନଙ୍କୁ ଯେଉଁ ନାୟ ମିଳିବା କଥା ତାହା ମିଳୁ ନଥିଲା । ମୁଁ ଗୋଟିଏ ସାଧାରଣ ପରିବାରରୁ ଆସି ମୁଖ୍ଯମନ୍ତ୍ରୀ ହୋଇଛି । ତଳ ସ୍ତରର ସମସ୍ଯା କଣ ରହିଛି ସେ ବିଷୟରେ ଭଲ ଭାବରେ ଜାଣିଛି । ଲୋକଙ୍କ ସହ ଭଲରେ ମିଶିଲେ ଯାଇ ତଳ ସ୍ତରର  ସମସ୍ଯାର ସମାଧାନ ପାଇଁ ବାଟ ଫିଟିବ ।  ତେଣୁ ଲୋକମାନେ ତାଙ୍କ ସ୍ଵଇଚ୍ଛାରେ ମୁଖ୍ଯମନ୍ତ୍ରୀଙ୍କୁ ଭେଟିବା ପାଇଁ ଆସୁଛନ୍ତି । ଲୋକମାନେ ବିକାଶ ଚାହୁଁ ଥିଲେ, ସେବା ଚାହୁଁ ଥିଲେ, ତେଣୁ ସେମାନେ ପରିବର୍ତ୍ତନ ଆଣିଲେ । ଏ ସରକାର ହେଉଛି ଲୋକଙ୍କ ସରକାର, ମୁଖ୍ଯମନ୍ତ୍ରୀ ମଧ୍ଯ ଲୋକଙ୍କ ମୁଖ୍ଯମନ୍ତ୍ରୀ । ଏବେ ଲୋକମାନେ ଚାହୁଁଛନ୍ତି ମୁଖ୍ଯମନ୍ତ୍ରୀ ଆମର, ମୁଖ୍ଯମନ୍ତ୍ରୀ ଆମକୁ ଦେଖାଦେବା ଦରକାର । ଲୋକମାନେ ଏଠାକୁ ଆସୁଛନ୍ତି ମୁଖ୍ଯମନ୍ତ୍ରୀଙ୍କୁ ଟିକେ ଭେଟିବା, କଥା ହେବା ଓ ଗୋଟେ ନୂଆ ଓଡିଶା ଗଢିବାର ଆଶା ନେଇ । ଲୋକମାନଙ୍କ ସହଯୋଗରେ ଆଗାମୀ ୫ ବର୍ଷ ମଧ୍ଯରେ ଲୋକଙ୍କ ୫୦ ବର୍ଷର ସମସ୍ଯାର ସମାଧାନ ସହିତ ସେମାନଙ୍କ ବିକାଶର ସ୍ଵପ୍ନ ମଧ୍ଯ ନିଶ୍ଚିତ ରୂପେ ପୂରଣ ହେବ ବୋଲି ମୁଖ୍ଯମନ୍ତ୍ରୀ ଦୃଢତାର ସହ କହିଛନ୍ତି ।


ପ୍ରତ୍ଯେକ ସଭା, ସମିତି ଓ କାର୍ଯ୍ଯକ୍ରମରେ ଓଡିଆ ଅସ୍ମିତା, ପରମ୍ପରା ଓ ସଂସ୍କୃତିକୁ ଅଧିକ ଗୁରୁତ୍ଵ ଦେଉଛନ୍ତି । ଜଣେ ଖାଣ୍ଟି ଓଡିଆଭାବେ ତାଙ୍କ ମନରେ ରହିଛି ଓଡିଆ ଅସ୍ମିତା ଓ ସଂସ୍କୃତି ପ୍ରତି ଅନେକ ସ୍ଵାଭିମାନ। ଏସବୁ ଦେଖି ସାଧାରଣ ଲୋକଟିଏ ଆଜି କହୁଛି ଏତେ ଦିନ ପରେ ଆମେ ଆମ ଭିତରୁ ଜଣେ ସାଧାରଣ ଲୋକଙ୍କୁ ଆମ ମୁଖ୍ଯମନ୍ତ୍ରୀ ଭାବେ ପାଇଛୁ ।

Powered by Froala Editor

Tags Chief minister, Mohan Charan Majhi

Related articles Odisha News Lens 4.1

  • ନିଶାନ୍ତଙ୍କ ସମେତ ଶପଥ ନେଲେ ୩୨ ମନ୍ତ୍ରୀ
    ଦେଶ-ଦେଶାନ୍ତର

    ନିଶାନ୍ତଙ୍କ ସମେତ ଶପଥ ନେଲେ ୩୨ ମନ୍ତ୍ରୀ

    16017
    May 07, 2026
  • ପଶ୍ଚିମବଙ୍ଗ ଇତିହାସରେ ଯୋଡି ହେଲା ନୂଆ ଅଧ୍ୟାୟ, ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ଇତିହାସରେ ଯୋଡି ହେଲା ନୂଆ ଅଧ୍ୟାୟ, ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

    14692
    May 09, 2026
  • ତରଭୁଜ ନମୁନାରେ ମୂଷା ମରା ବିଷ
    ଦେଶ-ଦେଶାନ୍ତର

    ତରଭୁଜ ନମୁନାରେ ମୂଷା ମରା ବିଷ

    14318
    May 08, 2026
  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ
    ବିଶେଷ

    ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    15525
    May 09, 2026
  • ଆଣ୍ଠୁମାଡ଼ି ହାତ ଯୋଡି ପ୍ରଣାମ କଲେ ମୋଦୀ
    ଦେଶ-ଦେଶାନ୍ତର

    ଆଣ୍ଠୁମାଡ଼ି ହାତ ଯୋଡି ପ୍ରଣାମ କଲେ ମୋଦୀ

    14271
    May 09, 2026
  • ଆଜୀବନ କାରାଦଣ୍ଡାଦେଶ କଏଦୀଙ୍କୁ ବିବାହ କଲେ ଜେଲର
    ଦେଶ-ଦେଶାନ୍ତର

    ଆଜୀବନ କାରାଦଣ୍ଡାଦେଶ କଏଦୀଙ୍କୁ ବିବାହ କଲେ ଜେଲର

    13941
    May 08, 2026
  • ରାଜ୍ୟ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ, ତୃଣମୂଳ କଂଗ୍ରେସ ସରକାରର ହେଲା ଅନ୍ତ
    ଦେଶ-ଦେଶାନ୍ତର

    ରାଜ୍ୟ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ, ତୃଣମୂଳ କଂଗ୍ରେସ ସରକାରର ହେଲା ଅନ୍ତ

    14326
    May 08, 2026
  • ତାମିଲନାଡୁରେ ସରକାର ଗଠନ ପ୍ରସଙ୍ଗ ଜଟିଳ, ଆଜି ପୁଣିଥରେ ରାଜ୍ୟପାଳଙ୍କୁ ଭେଟିଲେ ...
    ଦେଶ-ଦେଶାନ୍ତର

    ତାମିଲନାଡୁରେ ସରକାର ଗଠନ ପ୍ରସଙ୍ଗ ଜଟିଳ, ଆଜି ପୁଣିଥରେ ରାଜ୍ୟପାଳଙ୍କୁ ଭେଟିଲେ ...

    14085
    May 07, 2026
  • ଇସିଙ୍କ ୱେବ୍‌ସାଇଟ୍‌ ହ୍ୟାକ୍‌ କରିବାକୁ ୬୮ ଲକ୍ଷ ଥର ଉଦ୍ୟମ
    ଦେଶ-ଦେଶାନ୍ତର

    ଇସିଙ୍କ ୱେବ୍‌ସାଇଟ୍‌ ହ୍ୟାକ୍‌ କରିବାକୁ ୬୮ ଲକ୍ଷ ଥର ଉଦ୍ୟମ

    15038
    May 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ତାମିଲନାଡୁରେ ସରକାର ଗଠନ ପ୍ରସଙ୍ଗ ଜଟିଳ, ଆଜି ପୁଣିଥରେ ରାଜ୍ୟପାଳଙ୍କୁ ଭେଟିଲେ ଟିଭିକେ ମୁଖ୍ୟ ବିଜୟ

    14085
    May 07, 2026
  • ଦେଶ-ଦେଶାନ୍ତର

    ଆଜୀବନ କାରାଦଣ୍ଡାଦେଶ କଏଦୀଙ୍କୁ ବିବାହ କଲେ ଜେଲର

    13941
    May 08, 2026
  • ଦେଶ-ଦେଶାନ୍ତର

    ହିନ୍ଦୁ ସଂପ୍ରଦାୟ ମଧ୍ୟରେ ଦୃଢ ଏକତା ଯୋଗୁଁ ସୋମନାଥ ମନ୍ଦିର ଆଜି ନୂତନ ରୂପରେ ବିରାଜମାନ ହୋଇପାରିଛି: ମୋଦୀ

    15383
    May 09, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17464
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17514
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17874
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16347
    Apr 03, 2021

ବିଶେଷ

  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    15525
    May 09, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    14340
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    15413
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15160
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13961
    May 02, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15388
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15127
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15619
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13941
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାଜ୍ୟ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ, ତୃଣମୂଳ କଂଗ୍ରେସ ସରକାରର ହେଲା ଅନ୍ତ

    14326
    May 08, 2026
  • ତାମିଲନାଡୁରେ ସରକାର ଗଠନ ପ୍ରସଙ୍ଗ ଜଟିଳ, ଆଜି ପୁଣିଥରେ ରାଜ୍ୟପାଳଙ୍କୁ ଭେଟିଲେ ଟିଭିକେ ମୁଖ୍ୟ ବିଜୟ

    14085
    May 07, 2026
  • ହିନ୍ଦୁ ସଂପ୍ରଦାୟ ମଧ୍ୟରେ ଦୃଢ ଏକତା ଯୋଗୁଁ ସୋମନାଥ ମନ୍ଦିର ଆଜି ନୂତନ ରୂପରେ ବିରାଜମାନ ହୋଇପାରିଛି: ମୋଦୀ

    15383
    May 09, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In