ପୁଣି ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଭାବେ ଶପଥ ନେବା ପରେ ମୋହନ ଚରଣ ମାଝୀ ପ୍ରଶାସନିକ ଅଧିକାରୀଙ୍କ ସହ ଘନ ଘନ ବୈଠକ କରୁଛନ୍ତି । ରାଜ୍ୟ ଅତିଥିଭବନରେ ଖୋଲିଥିବା ଅସ୍ଥାୟୀ ସିଏମଓରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରୁଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ଗତକାଲି ମୁଖ୍ୟଶାସନ ସଚିବଙ୍କ ଠାରୁ ଓଡ଼ିଶାର ସାମଗ୍ରୀକ କାମର ବିସ୍ତୃତ ତଥ୍ୟ ନେଇଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳାର ସମୀକ୍ଷା କରୁଛନ୍ତି । ଏହି ବୈଠକରେ ପୁଲିସ ମହାନିଦେ୍ର୍ଧଶକ, ଗୁଇନ୍ଦା ନିଦେ୍ର୍ଧଶକ,ଗୁଇନ୍ଦା ଆଇଜି ଓ ଗୃହବିଭାଗର ସ୍ୱତନ୍ତ୍ର ସଚିବ ମଧ୍ୟ ଉପସ୍ଥିତ ଅଛନ୍ତି । ଏହାଛଡ଼ା ଆଇନଶୃଙ୍ଖଳା ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।
Powered by Froala Editor