ରାଜ୍ୟରେ କରୋନାରେ ଆଉ ୩୮ ଜଣ ମୃତ
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୩୮ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ କରୋନାଜନିତ ମୃତୁ୍ୟ ସଂଖ୍ୟା ୩୬୭୧ରେ ପହଁଚିଛି । ଏଯାବତ ରାଜ୍ୟରେ ୮ ଲକ୍ଷ ୮୩ ହଜାର ୪୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮ ଲକ୍ଷ ୪୪ ହଜାର ୮୦୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମ୍ପ୍ରତି ୩୪୯୬୫ ଜଣ ଚିକିତ୍ସିତ ହେଉଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧, ବରଗଡ଼ରେ ୫, କଟକରେ ୫, ଦେବଗଡ଼ରେ ୧, ଗଞ୍ଜାମରେ ୧, ଜଗତସିଂହପୁରରେ ୨, କେନ୍ଦୁଝରରେ ୧, ଖୋର୍ଦ୍ଧାରେ ୬, କୋରାପୁଟରେ ୧, ମୟୂରଭଞ୍ଜରେ ୪, ପୁରୀରେ ୪, ସମ୍ବଲପୁରରେ ୩ ଓ ସୁନ୍ଦରଗଡ଼ରେ ଜଣଙ୍କର ମୃତୁ୍ୟ ଘଟିଛି ।
ଅପରପକ୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୧୦, ବାଲେଶ୍ୱରରେ ୨୪୭, ବରଗଡ଼ରେ ୪୧, ଭଦ୍ରକରେ ୧୯୨, ବଲାଙ୍ଗୀରରେ ୩୭, ବୌଦ୍ଧରେ ୪୭, କଟକରେ ୨୭୨, ଦେବଗଡ଼ରେ ୧୦, ଢେଙ୍କାନାଳରେ ୪୨, ଗଜପତିରେ ୨୪, ଗଞ୍ଜାମରେ ୧୮, ଜଗତସିଂହପୁରରେ ୧୦୩, ଯାଜପୁରରେ ୨୬୦, ଝାରସୁଗୁଡ଼ାରେ ୩, କଳାହାଣ୍ଡିରେ ୩୮, କନ୍ଧମାଳରେ ୫୧, କେନ୍ଦ୍ରାପଡ଼ାରେ ୧୧୬, କେନ୍ଦୁଝରରେ ୫୭, ଖୋର୍ଦ୍ଧାରେ ୪୦୮, କୋରାପୁଟରେ ୬୦, ମାଲକାନାଗିରିରେ ୫୬, ମୟୂରଭଞ୍ଜରେ ୧୩୫, ନବରଙ୍ଗପୁରରେ ୪୫, ନୟାଗଡ଼ରେ ୧୧୨, ନୂଆପଡ଼ାରେ ୧୦, ପୁରୀରେ ୨୧୯, ରାୟଗଡ଼ାରେ ୬୩, ସମ୍ବଲପୁରରେ ୨୮, ସୋନପୁରରେ ୨୫, ସୁନ୍ଦରଗଡ଼ରେ ୫୮ ଓ ରାଜ୍ୟ ପୁଲରେ ୭୦ ଜଣ ସଂକ୍ରମିତ ହୋଇଛନ୍ତି ।
Powered by Froala Editor