ଆହୁରି ଶକ୍ତିଶାଳୀ ହେବ ବ୍ରହ୍ମୋସ
ଆସୁଛି ବ୍ରହ୍ମୋସର ନୂଆ ଭର୍ସନ । 'ଅପରେସନ ସିନ୍ଦୂର' ସମୟରେ ପାକିସ୍ତାନର ୬ଟି ଏୟାରବେସ୍ ଧ୍ୱଂସ କରି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିବା ଭାରତର ସୁପରସୋନିକ୍ ବ୍ରହ୍ମୋସ୍ କ୍ରୁଜ୍ କ୍ଷେପଣାସ୍ତ୍ର ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି । ଏହାର ରେଂଜ୍ ୪୫୦ କିଲୋମିଟରରୁ ଏବେ ୮୦୦ କିଲୋମିଟର ପର୍ଯ୍ୟନ୍ତ ବଢ଼ିବ। ଯାହା ସ୍ଥଳ, ଜଳ ଓ ଆକାଶ ମାଧ୍ୟମରୁ ନିଶ୍ଚିତ ଘାତ କ୍ଷମତାକୁ ଅଧିକ ବ୍ୟାପକ କରିବ। ଭାରତ ଓ ରୁଷ୍ର ମିଳିତ ଉଦ୍ୟୋଗରେ ନିର୍ମିତ ବ୍ରହ୍ମୋସ୍ର ବର୍ତ୍ତମାନର କାର୍ଯ୍ୟକ୍ଷମ ରେଂଜ୍ ପ୍ରାୟ ୪୫୦ କିଲୋମିଟର। ୨୦୧୬ରେ କ୍ଷେପଣାସ୍ତ୍ର ପ୍ରଯୁକ୍ତି ନିୟନ୍ତ୍ରଣ ବ୍ୟବସ୍ଥାରେ ଭାରତର ଯୋଗଦାନ ପରେ ଏହା ଉନ୍ନତ ହୋଇଛି।
ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଏହି ନୂଆ କ୍ଷେପଣାସ୍ତ୍ର ଆସିବା ସହିତ, ପାକିସ୍ତାନର ରାଜଧାନୀ ଇସଲାମାବାଦକୁ ଦିଲ୍ଲୀରୁ ଟାର୍ଗେଟ କରାଯାଇପାରିବ । ଦିଲ୍ଲୀ ଏବଂ ଇସଲାମାବାଦ ମଧ୍ୟରେ ଆକାଶମାର୍ଗ ଦୂରତା ୭୦୦ କିଲୋମିଟର ।
ବ୍ରହ୍ମୋସ୍ର ଏକ ହାଲୁକା ସଂସ୍କରଣ ମଧ୍ୟ ବିକଶିତ କରାଯାଉଛି । ପ୍ରାୟ ୨.୫ ଟନ୍ ଓଜନର ବ୍ରହ୍ମୋସ୍ର ଏକ ସ୍ୱତନ୍ତ୍ର ସଂସ୍କରଣକୁ ସୁଖୋଇ MKI-30 ଲଢ଼ୁଆ ବିମାନ ତଳେ ସ୍ଥାପନ କରିବା ପାଇଁ ଡିଜାଇନ୍ କରାଯାଇଛି । ପ୍ରୋଜେକ୍ଟ ଡିଜାଇନ୍ ବୋର୍ଡରୁ ଅନୁମୋଦନ ପାଇବା ପରେ ଏହି ସଂସ୍କରଣ ବର୍ତ୍ତମାନ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଛି । ବର୍ତ୍ତମାନ ଅଧିକ ରେଞ୍ଜ ବ୍ରହ୍ମୋସ ମିସାଇଲର ଗ୍ରାଉଣ୍ଡ ଟ୍ରାଏଲ ପାଇଁ ପ୍ରସ୍ତୁତି ଚାଲିଛି ।
Powered by Froala Editor