କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ

ଭୁବନେଶ୍ୱର: ଶପଥ ନେଇଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ ରାଜା ସ୍ୱାଇଁ । ଓଡ଼ିଶା ବିଧାନସଭାର କାମଚଳା ବାଚସ୍ପତିଭାବେ ଶ୍ରୀ ସ୍ୱାଇଁ ଶପଥ ନେଇଛନ୍ତି । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଶପଥ ପାଠ କରାଇଛନ୍ତି । ଆସନ୍ତା ୧୭ ଓ ୧୮ ତାରିଖରେ ଶ୍ରୀ ସ୍ୱାଇଁ ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ ।
ବାଚସ୍ପତି ନିର୍ବାଚନ ଜୁନ୍ ୨୦ ତାରିଖରେ ହେବ । ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି । ଏଥିପାଇଁ ବିଜେଡିର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ନିଯୁକ୍ତ କରାଯାଇଛି । ବିଧାନସଭାରେ ବିଜେପି ୧୪୭ଟି ଆସନରୁ ୭୮ଟିରେ ବିଜୟୀ ହୋଇଛି । ତିନି ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଜଣାଇଛନ୍ତି । ବିଜେପି ପକ୍ଷରୁ ସୁରମା ପାଢୀଙ୍କୁ ବାଚସ୍ପତି କରାଯିବାର ସମ୍ଭାବନା ରହିଛି । ଗତ ବୁଧବାର ମୋହନ ସରକାରର ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଥିଲେ ।
Powered by Froala Editor