ଜେପି ନଡ୍ଡାଙ୍କୁ ମିଳିଲା ସ୍ୱାସ୍ଥ୍ୟ ସହ ରସାୟନିକ ଓ ସାର ମନ୍ତ୍ରଣାଳୟ ଦାୟିତ୍ୱ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ନୀତିନ ଗଡ଼କରୀଙ୍କୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ମିଳିଥିବା ବେଳେ ରାଜନାଥ ସିଂଙ୍କୁ ପ୍ରତିରକ୍ଷା, ଅମିତ ଶାହାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ନିର୍ମଳା ସୀତାରମଣଙ୍କୁ ଅର୍ଥ ମନ୍ତ୍ରଣାଳୟ ମିଳିଛି। ସେହିପରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ନୂଆ ଦାୟିତ୍ୱ ମିଳିଛି। ନଡ୍ଡାଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ରସାୟନିକ ଓ ସାର ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି।
୬୩ ବର୍ଷୀୟ ନଡ୍ଡା ୨୦୧୪ରୁ ୨୦୧୯ ଯାଏ ମୋଦିଙ୍କ ପ୍ରଥମ ପାଳିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ କାମ କରିଥିଲେ। ୨୦୧୯ ପରଠାରୁ ସେ ଆଉ କେନ୍ଦ୍ରରେ ମନ୍ତ୍ରୀ ହୋଇ ନଥିଲେ। ୨୦୨୦ରୁ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଛନ୍ତି। ଏବେ ତାଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାମ କରୁଥିବା ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ ୩୦ରେ ଶେଷ ହେବ। ତାଙ୍କ ସ୍ଥାନ ହିମାଚଳ ପ୍ରଦେଶର ହମିରପୁରରୁ ହ୍ୟାଟ୍ରିକ ବିଜୟ ହାସଲ କରିଥିବା ଅନୁରାଗ ଠାକୁର ନେଇ ପାରନ୍ତି। ମୋଦି ୨.୦ରେ ଅନୁରାଗ ମନ୍ତ୍ରୀ ଥିଲେ। ଏଥର ସେ ଜିତି ଥିଲେ ମଧ୍ୟ ମୋଦିଙ୍କ କ୍ୟାବିନେଟରେ ସୁଯୋଗ ପାଇ ନାହାନ୍ତି।
Powered by Froala Editor