ତୀର୍ଥଯାତ୍ରୀ ବସ୍କୁ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିଚାଳନା, ୧୦ ମୃତ
ରବିବାର ଦିନ ଜାମ୍ମୁ କାଶ୍ମୀରରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଘାଟିରେ ଓଲଟି ପଡିଛି। ଏହି ବସ୍ ରେସି ଜିଲ୍ଲାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ତୀର୍ଥ ଯାତ୍ରୀମାନେ ଶିବଖେଡୀ ଗୁମ୍ଫା ଦର୍ଶନ କରି ବସ୍ରେ କଟ୍ରା ଫେରୁଥିଲେ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬.୧୦ ମିନିଟ୍ ସମୟରେ ପୋନି ଅଞ୍ଚଳରେ ବସ୍ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ। ଗୁଳି ମାଡ଼ ପରେ ବସ୍ ଚାଳକ ଭୟଭୀତ ହୋଇପଡ଼ିଥିଲେ। ବସ୍ ସନ୍ତୁଳନ ହରାଇ ଘାଟିରେ ଖସି ପଡ଼ିଥିଲା। ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ୩୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ନାରାୟଣ ମେଡ଼ିକାଲ୍ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅନ୍ୟପକ୍ଷରେ ରେସି ଜିଲ୍ଲା କଲେକ୍ଟର ବିଶ୍ୱଶ ମହାଜନ ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ ବସଟି ଘାଟିରେ ପଡ଼ିଯିବା କାରଣରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀ କହିଛନ୍ତି ଯେ ସନ୍ଦିଗ୍ଧ ଆତଙ୍କବାଦୀମାନେ ବସ୍ରେ ଗୁଳି ଚଳାଇଥିଲେ। ଏହି ବସ୍ ତୀର୍ଥଯାତ୍ରୀମାନଙ୍କୁ ଶିବ ଖୋଦୀ ମନ୍ଦିରକୁ ନେଇ ଯାଉଥିଲା। ମୃତକ ଓ ଆହତମାନେ ସ୍ଥାନୀୟ ଅଞ୍ଚଳର ନୁହେଁ। ଏମାନଙ୍କ ପରିଚୟ ମିଳିପାରି ନାହିଁ। ଏମାନେ ଉତ୍ତର ପ୍ରଦେଶର ବୋଲି ଅନୁମାନ କରାଯାଉଛି।
Powered by Froala Editor