ଅବସର ପରେ ପୁନଃ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ତଥ୍ୟ ଜଣାଇବାକୁ ଗୃହ ବିଭାଗର ନିର୍ଦ୍ଦେଶ
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ବିଭାଗରେ କେତେ ସଂଖ୍ୟକ କର୍ମଚାରୀ ଅବସର ପରେ ପୁନଃ ନିଯୁକ୍ତି ପାଇଛନ୍ତି ତାହାର ତଥ୍ୟ ଜଣାଇବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଏହି ତଥ୍ୟ ପଠାଇବାକୁ କୁହାଯାଇଛି। ଏଥିରେ ଅବସର ଗ୍ରହଣ କରିଥିବା ଅଧିକାରୀଙ୍କ ନାମ, ପଦବି, କେଉଁ ବିଭାଗରେ ନିଯୁକ୍ତି, କେବେ ନିଯୁକ୍ତି ପାଇଲେ, ଦରମା, କେତେଦିନ ପର୍ୟ୍ୟନ୍ତ ନିଯୁକ୍ତି ଆଦି ସଂପର୍କରେ ଜଣାଇବାକୁ କୁହାଯାଇଛି।ରାଜ୍ୟ ଗୃହ ବିଭାଗର ଓଏସ୍ଡି ଏ ନେଇ ପୁଲିସ ମହାନିର୍ଦ୍ଦେଶକ, ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନ, ସିଇଓ, ଅଗ୍ନିସେବା ଡିଜି, ନିର୍ଦ୍ଦେଶକ(ଗୁଇନ୍ଦା), ଜେଲ ଡିଜି, ଓଡ଼ିଶା ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ, ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର, ଜୁଡିସିଆଲ ଏକାଡେମିର ନିର୍ଦ୍ଦେଶକ, ନିର୍ଦ୍ଦେଶକ(ପବ୍ଲିକ ପ୍ରସେକ୍ୟୁସନ), ରାଜ୍ୟ ସୈନିକ ବୋର୍ଡ ସଚିବ ଓ ରାଜ୍ୟ ଅତିଥି ଭବନର ମହାପ୍ରବନ୍ଧକଙ୍କୁ ପତ୍ର ଲେଖିଛନ୍ତି।
ଅବସର ପରେ କେଉଁ ଅଧିକାରୀ ପୁଣି ଥରେ ନିଯୁକ୍ତି ପାଇଛନ୍ତି, ତା’ର ତାଲିକା ଦେବାକୁ କୁହାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ପ୍ରୋଫର୍ମା ମଧ୍ୟ ଦିଆଯାଇଛି । ଅବସର ପାଇଥିବା ଅଧିକାରୀଙ୍କ ନାଁ, କେଉଁ ପଦବୀରେ କେବେ ଠାରୁ ପୁନଃନିଯୁକ୍ତି ପାଇଛନ୍ତି, କେଉଁଠାରେ ତାଙ୍କ ପୋଷ୍ଟିଂ ହୋଇଛି, କେତେ ଦରମା ପାଉଛନ୍ତି, କେତେ ଦିନ ପର୍ୟ୍ୟନ୍ତ ସେହି ପଦବୀରେ କାର୍ୟ୍ୟ କରିବେ, ସଂପୂର୍ଣ୍ଣ ବିବରଣୀ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
Powered by Froala Editor