କୋଇଲା ବୋଝେଇ ଟ୍ରେନର ୪ଟି ବଗିରେ ନିଆଁ
ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନରେ ଏକ ଟ୍ରେନରେ ନିଆଁ ଲାଗି ଯାଇଥିବା ନେଇ ଜାଣିବାକୁ ମିଳିଛି । ଭଦ୍ରକରୁ ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ଏହି ଟ୍ରେନର ୪ଟି ବଗିରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ଭୟ ଖେଳିଯାଇଛି । ସୋର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି। କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ହଠାତ ୪ଟି ବଗିରେ ନିଆଁ ଲାଗିଯାଇଥିଲା। ଫଳରେ ସୋର ଷ୍ଟେସନରେ ଟ୍ରେନଟି ଅଟକି ରହିଛି। ଏଭଳି ଏକ ଅଘଟଣରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି ।
Powered by Froala Editor