ବିସ୍ଫୋରଣ ଘଟି ତିନି ମୃତ
ନୂଆଦିଲ୍ଳୀ: ଦିଲ୍ଲୀର ଏକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବିସ୍ଫୋରଣ ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଶନିବାର ସକାଳେ ନରେଲା ଶିଳ୍ପାଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।
ବିଲ୍ଡିଂ ଭିତରୁ ଏବେ ସୁଦ୍ଧା ୯ ଜଣଙ୍କୁ ଉଦ୍ଧାର କରାଯାଇ ନରେଲାସ୍ଥିତ ଏସ୍ଏଚ୍ଆର୍ସି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ତିନିଜଣ, ଶ୍ୟାମ (୨୪), ରାମ ସିଂ (୩୦) ଏବଂ ବେରପାଲ (୪୨) ମୃତ ଘୋଷଣା ହୋଇଥିବା ବେଳେ ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି।
ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଗୋଟିଏ ପାଇପ ଲାଇନରୁ ଗ୍ୟାସ ଲିକ ହେବା ପରେ ଏହି ଅଗ୍ନିକାଣ୍ଡ ଆରମ୍ଭ ହୋଇଛି। ଉପଯୁକ୍ତ ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇ ଏନେଇ ଏବେ ତଦନ୍ତ ଚାଲିଛି।
Powered by Froala Editor