ଅଯୋଧ୍ୟାରେ ବିଜେପି ହାରିବା ପରେ ମୁକେଶଙ୍କ ଟୁଇଟ୍ ଭାଇରାଲ୍

ସବୁଠି ଏବେ ବିଜେପି ଲହର । ମୋଦି ୩.୦ ଟ୍ରେଣ୍ଡରେ ଚାଲିଛି । ହେଲେ ସବୁଠୁ ଆଶ୍ଚର୍ଯ୍ୟଜନକ ଯେ, ରାମ ମନ୍ଦିର ନିର୍ମାଣ ସତ୍ତ୍ୱେ ଅଯୋଧ୍ୟରେ ବିଜେପି ମାଟି କାମୁଡିଛି । ଯାହାକୁ ବିଜେପି ପାଇଁ ବଡ ଝଟ୍କା । ଏହାକୁ ନେଇ ବିବାଦୀୟ ବୟାନ ରଖିଛନ୍ତି ଅଭିନେତା ମୁକେଶ ଖନ୍ନା ।
୨୦୨୪ ମସିହାରେ ଅଯୋଧ୍ୟା ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ଆୱାଦେଶ ପ୍ରସାଦ ପ୍ରାୟ ୫୦ହଜାର ଭୋଟରେ ବିଜେପିର ଲାଲୁ ସିଂଙ୍କୁ ପରାସ୍ତ କରିଛନ୍ତି । ବିଜେପିର ଏହି ପରାଜୟକୁ ନେଇ ଅଭିନେତା ମୁକେଶ ଖାନ୍ନା କଡ଼ା ସମାଲୋଚନା କରିଛନ୍ତି । ମୁକେଶ ଖାନ୍ନା ତାଙ୍କ ବିବୃତ୍ତିରେ ବିଜେପିର ନାମ ନେଇନାହାନ୍ତି, କିନ୍ତୁ ତାଙ୍କ ଟୁଇଟ ଦେଖି ଏହା ସ୍ପଷ୍ଟ ହୋଇ ଯାଉଛି ଯେ ସେ ଏଠାରେ କାହା ବିଷୟରେ କହୁଛନ୍ତି।
ଅଯୋଧ୍ୟା ନିର୍ବାଚନରେ ହାରିବା ପରେ ସେ ତାଙ୍କ ଆକାଉଣ୍ଟରୁ ବିଜେପିକୁ ଟାର୍ଗେଟ କରିଛନ୍ତି। ରାମ ମନ୍ଦିରର ଫଟୋ ସେୟାର କରି ଅଭିନେତା ଲେଖିଛନ୍ତି ଭବ୍ୟ ରାମମନ୍ଦିର ନିର୍ମାଣ ସହିତ କିଛି କୋଟିର ବଜେଟ୍ ମଧ୍ୟରେ, ସେଠାରେ ଥିବା ଲୋକଙ୍କ ସମସ୍ୟାର ସମାଧାନ ପାଇଁ ରଖିବା ଆବଶ୍ୟକ ଥିଲା | ସେ ରାମ ମନ୍ଦିର ହେଉ, ଚାର ଧାମ ହେଉ କିମ୍ବା ଜୟପୁର ନିକଟ ଖଟୁ ଶ୍ୟାମ ମନ୍ଦିର, ପୂଜା ସ୍ଥାନକୁ ଏକ ପର୍ଯ୍ୟଟନସ୍ଥଳୀ ହେବାକୁ ଦିଅନ୍ତୁ ନାହିଁ। ଲୋକମାନେ ମଧ୍ୟ ସେଠାରେ ରୁହନ୍ତି, ସେମାନଙ୍କର ଯତ୍ନ ମଧ୍ୟ ନିଅନ୍ତୁ। ମୁକେଶଙ୍କର ଏହି ଟୁଇଟ୍ ଭାଇରାଲ୍ ହେବାରେ ଲାଗିଛି।
Powered by Froala Editor