ବିଧାନସଭା ନିର୍ବାଚନ ଏକା ଲଢ଼ିବୁ : ଏଏପି

ଦିଲ୍ଲୀର ସମସ୍ତ ସାତୋଟି ଆସନରେ ପରାଜୟ ପରେ ଆମ୍ ଆଦମୀ ପାର୍ଟି(ଏଏପି) କଂଗ୍ରେସ ସହ ମେଣ୍ଟ ବନ୍ଦ କରିବାକୁ ଘୋଷଣା କରିଛି। ଆସନ୍ତାବର୍ଷ ପ୍ରଥମ ଭାଗରେ ହେବାକୁ ଥିବା ଦିଲ୍ଲୀ ବିଧାନସଭାରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପ୍ ଏକାକୀ ଲଢ଼ିବ ବୋଲି ଘୋଷଣା କରିଛି।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ବୈଠକ ପରେ ବରିଷ୍ଠ ଆମ୍ ଆଦମୀ ଦଳର ନେତା ଗୋପାଳ ରାୟ ଏହା ଘୋଷଣା କରିଛନ୍ତି। ସେ କହିଛହିନ୍ତି ଯେ କଂଗ୍ରେସ ସହିତ ମିଳିତ ଯୋଜନା କେବଳ ଲୋକସଭା ନିର୍ବାଚନ ପାଇଁ ଥିଲା। ବିଧାନସଭା ନିର୍ବାଚନରେ ଆମେ ଏକାଠି ହେବୁ ନାହିଁ।
ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଧାୟକମାନଙ୍କ ବୈଠକ ବସିଥିଲା। ବୈଠକରେ ସମସ୍ତ ବିଧାୟକଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀରେ ପ୍ରତି ଶନିବାର ଓ ରବିବାର ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କୁହାଯାଇଛି। ଲୋକସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ବିକାଶମୂଳକ କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ଏବେ ପୁଣି ସେସବୁ ଆରମ୍ଭ କରିବାକୁ କୁହାଯାଇଛି।
ବୈଠକରେ ଲୋକସଭା ନିର୍ବାଚନରେ ପରାଜୟ ଏବଂ ଆଗାମୀ ବିଧାନସଭା ନିର୍ବାଚନ ଉପରେ ଆଲୋଚନା କରାଯାଇଥିଲା। ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଗୋପାଳ ରାୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ କେବଳ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁନିଷ୍ପତ୍ତି ନେଇଛି।
Powered by Froala Editor