୩ ଆତଙ୍କବାଦୀ ନିହତ
ଜମ୍ମୁ-କାଶ୍ମୀର: ରବିବାର ବିଳମ୍ବିତ ରାତିରେ ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋରରେ ଆରମ୍ଭ ହୋଇଥିବା ‘ଏନ୍କାଉଣ୍ଟର୍’ରେ ଆତଙ୍କବାଦୀ ସଙ୍ଗଠନ ‘ଲଶ୍କର-ଏ-ତୈବା’ର ଜଣେ କୁଖ୍ୟାତ କମାଣ୍ଡରଙ୍କ ସମେତ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି। ସୋପୋରର ଗୁଣ୍ଡବ୍ରାଠ୍ ଅଞ୍ଚଳରେ ସେନା, ଜମ୍ମୁ ଓ କଶ୍ମୀର ପୁଲିସ ଏବଂ ‘ସିଆରପିଏଫ୍’ର ମିଳିତ ‘କର୍ଡନ୍ ଆଣ୍ଡ୍ ସର୍ଚ’ ଅଭିଯାନ ହେଉଛି ଏହି ‘ଏନକାଉଣ୍ଟର୍’ର କାରଣ।
ପୁଲିସ ଇନସପେକ୍ଟର୍ ଜେନେରାଲ୍ ବିଜୟ କୁମାର କହିଛନ୍ତି, ନିକଟ ଅତୀତରେ ୩ଜଣ ପୁଲିସ କର୍ମଚାରୀ, ୨ଜଣ କାଉନସିଲର୍ ଏବଂ ୨ଜଣ ସାଧାରଣ ନାଗରିକଙ୍କ ହତ୍ୟାରେ ସମ୍ପୃକ୍ତ କୁଖ୍ୟାତ ‘ଲଶ୍କର୍-ଏ-ତୈବା’ କମାଣ୍ଡର୍ ମୁଦାସିର ପଣ୍ଡିତ ସୋପୋର ‘ଏନକାଉଣ୍ଟର୍’ରେ ନିହତ ହୋଇଛନ୍ତି। ଏହି ‘ଏନକାଉଣ୍ଟର୍’ରେ ସମୁଦାୟ ୩ଜଣ ‘ଲଶ୍କର୍-ଏ-ତୈବା’ ଆତଙ୍କବାଦୀ ନିହତ ହୋଇଛନ୍ତି।
Powered by Froala Editor